Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାତ୍ୟା 'ଦାନା'ର ପ୍ରଭାବ: ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି

Odisha

ବାତ୍ୟା 'ଦାନା'ର ପ୍ରଭାବ: ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାତ୍ୟା 'ଦାନା'ର ପ୍ରଭାବ: ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି

ଅର୍ଗସ ବ୍ୟୁରୋ:  ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ଦାନା’ । ଗତ ରାତିରେ ଭୀଷଣ ବାତ୍ୟାରେ ଏହା ପରିଣତ ହୋଇଛି । ତେବେ ବାତ୍ୟା ‘ଦାନା’ ଭିତରକନିକା-ଧାମରା ମଧ୍ୟରେ ଅତିକ୍ରମ କରିପାରେ । ୨୪ ତାରିଖ ରାତିରୁ ୨୫ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଯାହାର ପ୍ରଭାବରେ ଆଜିଠାରୁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେଲାଣି। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିପାରେ ବୋଲି ପୂର୍ବାନୁମାନ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପବନର ବେଗ ୧୨୦ କିମି ରହିବ ବୋଲି ଆଶା କରାଯାଉଛି ।ଏହା କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟାରେ ୧୫ କିମି ବେଗରେ ଗତି କରୁଛି ଏହି ବାତ୍ୟା ଦାନା ।

ଏହା ବର୍ତ୍ତମାନ ପାରାଦୀପର ଦକ୍ଷିଣପୂର୍ବକୁ ୨୮୦ କିମି ଦୂରରେ ରହିଛି ବୋଲି ସୂଚନା କରାଯାଉଛି । ଏହା ସହିତ ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୩୧୦ କିମି ଦୂରରେ ବାତ୍ୟା ରହିଛି । ସେହିପରି ସାଗର ଦୀପର ଦକ୍ଷିଣପୂର୍ବର ୪୨୦ କିମି ଦୂରରେ ରହିଛି ଦାନା । ତେବେ ବାତ୍ୟା 'ଦାନା'କୁ ନେଇ ସଚେତନ ରୁହନ୍ତୁ ଭଞଭୀତ ହୁଅନ୍ତୁନାହିଁ ବୋଲି ସରକାରଙ୍କ ପକ୍ଷରୁ ଆଶ୍ୱାସନା ଦିଆଯାଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Argus Whatsapp Channel Mobile Top
Sponsored
Impact of Cyclone 'Dana': Rains continue in many parts of the state | Argus News