Videos
|
Odisha

ରାଇରଙ୍ଗପୁରରେ ଘନ କୁହୁଡ଼ିର ପ୍ରଭାବ

Ritu Das
Browse all articles by Ritu Das
·2 years ago·1 min read
ରାଇରଙ୍ଗପୁରରେ ଘନ କୁହୁଡ଼ିର ପ୍ରଭାବ

ଅର୍ଗସ ବ୍ୟୁରୋ: ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ  କଲବଲ କରୁଛି ଘନ କୁହୁଡି  ଓ ଥଣ୍ଡାର ପ୍ରଭାବ । ଥଣ୍ଡାର ପ୍ରଭାବରେ ଲୋକେ ଜାଳ ଜାଳି ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ବସି ଥିବାର ଦେଖିବାକୁ ମିଳିଛି। ଥଣ୍ଡା ଏତେ ପ୍ରଭାବ ଯେ ଲୋକେ ସକାଳେ କମ୍ବଳ, ଚଦର , ଶୀତ ବସ୍ତ୍ର ଘଡ଼ାଇ ବୁଲୁଥିବାର ଦେଖିବାକୁ ମିଳିଛି। ବିଶେଷ ଭାବେ ଡ୍ରାଇଭର ମାନେ ଗାଡ଼ି ଚଳାଇବା କଷ୍ଟକର ହୋଇପଡିଛି। ଗାଡିରେ ଡ୍ରାଇଭ କଲାବେଳେ ୫୦ ମିଟର ପର୍ଯ୍ୟନ୍ତ ଭଲ କି ରାସ୍ତା ଦେଖା ଯାଉ ନ ଥିଲା । ଚାଳକ ମାନେ ଗାଡ଼ିରେ ଲାଇଟ୍ ଓ ହର୍ନ ଦେଇ ଗାଡ଼ି ଚଲାଉଥିବା କହୁଥିଲେ । 

ଟିକେ ସାବଧାନ ନ ହେଲେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ତେଣୁ ଗାଡ଼ି ଚଳାଚଳ କରିବାରେ ଅନେକ ସମସ୍ୟା ଦେଖାଦେଇଥିବା ଜଣାପଡିଛି। ରାଇରଙ୍ଗପୁରରେ ଥଣ୍ଡାର ପ୍ରଭାବ ଦୁଇ ଦିନ ହେଲା ଘନ କୁହୁଡ଼ି ରହିବା ସହିତ ଲୋକେ ଠିକ୍ ସମୟରେ ଘରୁ ବାହାରି ପାରୁନାହାନ୍ତି। ଠିକ ସମୟରେ ସରକାରୀ କର୍ମଚାରୀ ମାନେ ଘରୁ ବାହାରି ପାରୁନାହାନ୍ତି, ବେପାର କାରବାର ମଧ୍ୟ  ଥଣ୍ଡା ଓ କୁହୁଡ଼ି ଯୋଗୁଁ ବ୍ୟାଘାତ ସୃଷ୍ଟି ହୋଇଛି। ତେବେ ଘନ କୁହୁଡି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Impact of heavy | Argus News