Videos
|
Odisha

ରତ୍ନଭଣ୍ଡାର ତଦାରଖ କମିଟିର ଦ୍ବିତୀୟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

Ritu Das
Browse all articles by Ritu Das
·2 years ago·2 min read
ରତ୍ନଭଣ୍ଡାର ତଦାରଖ କମିଟିର ଦ୍ବିତୀୟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଅର୍ଗସ ବ୍ୟୁରୋ: କୋଟି କୋଟି ଭକ୍ତଙ୍କ ଭାବାବେଗ, ସେବାୟତଙ୍କ ଦାବିକୁ ସମ୍ମାନ ଦେଇ ଆସନ୍ତା 14 ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ତଦାରଖ କମିଟିର ଦ୍ବିତୀୟ ବୈଠକରେ ପରିଚାଳନା କମିଟିକୁ ପ୍ରସ୍ତାବ ଦିଆଯାଇଛି । ପରିତାଳନା କମିଟି ଏହା ଉପରେ ମୋହର ମାରି ରାଜ୍ୟ ସରକାରଙ୍କ ପାଖକୁ ପଠାଇବ । ବିଶ୍ବନାଥ ରଥଙ୍କ ଅଧକ୍ଷତାରେ ରତ୍ନ ଭଣ୍ଡାର ତଦାରଖ କମିଟିର ଉଚ୍ଚସ୍ତରୀୟ ରୁଦ୍ଧଦ୍ବାର ବୈଠକ ପ୍ରାୟ 2 ଘଣ୍ଟାା ଧରି ବସିଥିଲା। 

ବୈଠକରେ ରତ୍ନ ଭଣ୍ଡାର ଖୋଲିବା, ରତ୍ନ ଅଳଙ୍କାର ଗଣତିମଣତି କରିବା ଓ ରତ୍ନଭଣ୍ଡାର ମରାମତି କରିବା ଦିଗରେ ବିସ୍ତୃତ ଆଲୋଚନା କରାଯାଇ ଏସଓପି ପ୍ରସ୍ତୁତ ହୋଇଛି । ବୈଠକରେ ଚୂଡାନ୍ତ ସମସ୍ତ ଏସଓପିକୁ ପରିଚାଳନା କମିଟି ମୋହର ମାରିଛି । ଏହାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇଛି । ଚାବିରେ ନଖୋଲିଲେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯିବ । ଗଣତିମଣତି ପାଇଁ ସ୍ବତନ୍ତ୍ର ବଣିଆ ଚିହ୍ନଟ ହେବେ । ଗଣତି ମଣତି ବେଳେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି ।  ରତ୍ନ ଭଣ୍ଡାର ଖୋଲିବା ସମୟରେ ପ୍ରତ୍ୟେକଟି ଦିଗକୁ ଡିଜିଟାଲ ଡକୁମେଣ୍ଟେସନ୍ କରିବାକୁ ଉଭୟ ଆଇନମନ୍ତ୍ରୀ ଓ ତଦାରଖ କମିଟି ନିଷ୍ପତ୍ତି ନେଇଛନ୍ତି । 

ସେପଟେ ମରାମତି ଅପେକ୍ଷା ରତ୍ନ ଗଣତିକୁ ପ୍ରାଥମିକତା ଦେଇଛି ତଦାରଖ କମିଟି। 1978 ମସିହାରେ ରତ୍ନ ଗଣତି ରିପୋର୍ଟ ଆଧାରରେ ରତ୍ନ ଗଣତି ହେବ। ଆଧୁନିକ ଞ୍ୟାନକୌଶଳ ବ୍ୟବହାର କରାଯାଇ ରତ୍ନ ଅଳଙ୍କାର ଗଣତିମଣତି କରାଯିବ। 2018ରୁ ରତ୍ନଭଣ୍ଡାର ସ୍ଥିତି ବିପଦଜନକ ରହିଥିବାରୁ ଏଏସଆଇ ଅଧିକାରୀଙ୍କ ସହ ମରାମତି ପ୍ରସଙ୍ଗରେ ବିସ୍ତ୍ରୁତ ଆଲୋଚନା କରି ସ୍ବତନ୍ତ୍ର ଏସଓପି ପ୍ରସ୍ତୁତ କରିଛି ତଦାରଖ କମିଟି।  ରତ୍ନ ଭଣ୍ଡାର ଖୋଲାଯିବା ତାରିଖ ନିଷ୍ପତ୍ତିକୁ ଭକ୍ତ ଓ ସେବାୟତ ସ୍ବାଗତ  କରିଛନ୍ତି। 

ଅନ୍ୟପଟେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସାତଦଫା ଦାବିପତ୍ର କମିଟିର ଅଧ୍ୟକ୍ଷ ଜଷ୍ଟିସ୍  ବିଶ୍ବନାଥ ରଥଙ୍କୁ ପ୍ରଦାନ କରାଯାଇଛି। ରତ୍ନ ଭଣ୍ଡାର ଖୋଲିବା ପ୍ର ସଙ୍ଗରେ ଅବହେଳା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀଜଗନ୍ନାଥ ସେନା ଦାବିପତ୍ରରେ ଉଲ୍ଲେଖ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆସନ୍ତାକାଲି ବସିବାକୁ ଥିବା ରାଜ୍ୟ କ୍ୟାବିନେଟରେ ଚାବି ହଜିବାକୁ ନେଇ ଗଠନ ହୋଇଥିବା ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନଙ୍କ ରିପୋର୍ଟ ପ୍ରସଙ୍ଗ ସ୍ଥାନ ପାଇବ ବୋଲି ଆଶା କରାଯାଉଛି। ଦୀର୍ଘବର୍ଷ ପରେ ରତ୍ନ ଭଣ୍ଡାର ଖୋଲୁଥିବାରୁ ରତ୍ନଚୋରୀ ରହସ୍ୟ ଉପରୁ ପରଦା ହଟିପାରେ ବୋଲି କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଆଶା ଉଜୀବିତ ହୋଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Important | Argus News