Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ପ୍ରତି ପରିବାରକୁ ଦିଆଯିବ ୧ହଜାର ଟଙ୍କା

Odisha

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ପ୍ରତି ପରିବାରକୁ ଦିଆଯିବ ୧ହଜାର ଟଙ୍କା

Ritu Das
Browse all articles by Ritu Das
·2 years ago
ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ପ୍ରତି ପରିବାରକୁ ଦିଆଯିବ ୧ହଜାର ଟଙ୍କା

ଅର୍ଗସ ବ୍ୟୁରୋ: 2024 ନିର୍ବାଚନ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ସରକାର ଏକ ହଜାର ଟଙ୍କା ଲେଖାଏଁ ବାଣ୍ଟିବେ। ଏ ନେଇ କ୍ୟାବିନେଟରେ ନିଆଯାଇଛି ନିଷ୍ପତ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ରାଜ୍ୟର 95 ଲକ୍ଷରୁ ଅଧିକ ପରିବାରଙ୍କୁ ଏକ ହଜାର ଟଙ୍କା ଓ ଦୁଇଟି ଲେଖାଏଁ ବ୍ୟାଗ ବାଣ୍ଟିବେ ରାଜ୍ୟ ସରକାର। 

ଏହାକୁ ମିଶାଇ କ୍ୟାବିନେଟରେ 27ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ୱୟଂ ଯୋଜନା ନାଁରେ ଆରମ୍ଭ କରାଯାଉଥିବା ନୂଆ ଯୋଜନାରେ ଯୁବ ପୀଢ଼ିଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ବିନା ସୁଧରେ ଋଣ ପ୍ରଦାନ କରାଯିବ। 18 ରୁ 35 ବର୍ଷ ବୟସର ଯୁବ ବର୍ଗ ଏହି ଋଣ ପାଇବେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Important decision of the state | Argus News