Videos
|
Odisha

୭ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
୭ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର

ଅର୍ଗସ ବ୍ୟୁରୋ : ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ୭ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ଅନୁମୋଦନ। ବୈଠକ ଶେଷ ପରେ ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମଇଁଷି ଓ ଗୋପାଳନକୁ ଅଧିକ ପ୍ରୋତ୍ସାହନ ଦିଆଯିବ। ଚାଷୀଙ୍କୁ ଗୋ-ସମ୍ପଦ ବୀମା ରାଶି 85 ପ୍ରତିଶତ ମିଳିବ। ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଓମ୍‌ଫେଡ୍‌କୁ ଆହୁରି ସଶକ୍ତ କରାଯିବ। ଏଥିପାଇଁ ବ୍ୟୟ ଅଟକଳ ହୋଇବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ଗ୍ରାମାଞ୍ଚଳରେ ଗୋପାଳନ, ଗୋବଂଶର ସୁରକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି। ଦୁଗ୍ଧ ଚାଷୀଙ୍କୁ ମିଳିବ ସରକାରୀ ସହାୟତା।

ଅଧିକ ପଢନ୍ତୁ : ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଫୁଡର୍ ଚାଷୀଙ୍କୁ ଇନ୍‌ସେନ୍‌ଟିଭ୍ ଦେବା ପାଇଁ ପ୍ରସ୍ତାବ ପାରିତ ହୋଇଛି। ଘାସ ଉତ୍ପାଦନ ଓ ସରକାରୀ ଘାସ ଉତ୍ପାଦନ ଫାର୍ମର ସୁଦୃଢ଼ୀକରଣ ହେବ। ଅନ୍ୟ ପ୍ରସ୍ତାବ ଭିତରେ ହାଇକୋର୍ଟର 550ଟି ଷ୍ଟାଫ୍ କ୍ଵାର୍ଟର୍ସ ନିର୍ମାଣ କରି ହସ୍ତାନ୍ତର କରାଯିବାକୁ ପାରିତ ହୋଇଛି ପ୍ରସ୍ତାବ। ଏହି ଷ୍ଟାଫ୍ କ୍ଵାର୍ଟର୍ସ ନିର୍ମାଣ କାମ 30 ମାସରେ ସରିବ। ବେସରକାରୀ ଡିଲରଙ୍କ ଏକ୍ସଟେନ୍‌ସନ୍‌ 2026 ଯାଏଁ ଦେଢ଼ ବର୍ଷ ବୃଦ୍ଧି କରାଯିବ। ସିନିୟର ଜଜ୍‌ଙ୍କ ପାଇଁ ନିୟମ ସଂଶୋଧନ, ଉତ୍ତୀର୍ଣ୍ଣ ପାଇଁ ପରୀକ୍ଷା ସହ ବିଧାନସଭା ପରିସଂଖ୍ୟାନର ତଥ୍ୟ ବିତରଣ ଉପରେ ସଂଶୋଧନ ହେବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Important decisions in the state cabinet. 7 proposals were made by the cabinet | Argus News