Videos
|
Odisha

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ

Ritu Das
Browse all articles by Ritu Das
·2 years ago·1 min read
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ

ଅର୍ଗସ ବ୍ୟୁରୋ: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ। ବର୍ଷା ଦିନରେ ବନ୍ୟା ପରିସ୍ଥିତି ମୁକାବିଲା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଏସଆରସି ଓ ଅନ୍ୟ ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଅଳ୍ପ ବର୍ଷା ଯୋଗୁ ସହର, ବିଶେଷକରି ଭୁବନେଶ୍ବରରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ବ ଦିଆଯାଇଛି। ସହରାଞ୍ଚଳ କୃତିମ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଏହାର ଦାୟିତ୍ବ ଆଇଆଇଟି ଦିଲ୍ଲୀକୁ ଦିଆଯାଇଛି। 

ଆଇଆଇଟି ଦିଲ୍ଲୀ ବୈଷୟିକ ସହାୟତା ପ୍ରଦାନ କରିବା ସହ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବ। ବର୍ଷା ଦିନରେ ସାପ କାମୁଡା ରୋଗୀ ଦେଖିବାକୁ ମିଳନ୍ତି। ତେଣୁ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ ଭେନମ ରଖିବାକୁ କୁହାଯାଇଛି। ଓଡ୍ରାଫ ୟୁନିଟ୍ ୨୦ରୁ ୩୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ପାଣିପାଗ ବିଭାଗ ସହ ସମନ୍ବୟ ରଖି ଜିରୋ କାଜୁଆଲିଟି ନୀତି ଗ୍ରହଣ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Important meeting | Argus News