Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସିଙ୍ଗାପୁର ଏବଂ ଭାରତ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଏମଓୟୁ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ସିଙ୍ଗାପୁର ଏବଂ ଭାରତ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଏମଓୟୁ

ଅର୍ଗସ ବ୍ୟୁରୋ : ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ୪ଟି ବଡ ଡିଲ୍  ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଗସ୍ତରେ ଥିବାବେଳେ ସିଙ୍ଗାପୁର ଏବଂ ଭାରତ ମଧ୍ୟରେ ହୋଇଛି ଗୁରୁତ୍ବପୂର୍ଣ୍ଣ ଏମଓୟୁ ।   ସେ ଭିତରେ ପ୍ରମୁଖ ରହିଛି ସେମିକଣ୍ଡକ୍ଟର , ଡିପିଆଇ, ସୁପର୍ କମ୍ପ୍ୟୁଟର , ସାଇବର ସିକ୍ୟୁରିଟି,  ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଇତ୍ୟାଦି । ଦୁଇ ଦେଶ ସେମି କଣ୍ଡକ୍ଟର, ଡିଜିଟାଲ୍ ଟେକ୍ନୋଲୋଜି, ହେଲ୍ଥ କେୟାର ଏବଂ ସ୍କିଲ୍ ଡେଭଲପମେଣ୍ଟ ଉପରେ ଫୋକସ୍ କରିବେ। ସିଙ୍ଗାପୁରର ସେମି କଣ୍ଡକ୍ଟର କମ୍ପାନୀ ଗୁଡିକ ଭାରତରେ ନିବେଶ କରିବେ। ହେଲ୍ଥ ସର୍ଭିସ , ଟେକ୍ନୋଲୋଜି ଏବଂ ବ୍ୟାବସାୟିକ ଶିକ୍ଷାରେ ସ୍କିଲ୍ ଡେଭଲପମେଣ୍ଟ ପାଇଁ ମଧ୍ୟ ଉଭୟ ଦେଶ ମଧ୍ୟରେ ବୁଝାମଣା ହୋଇଛି।  

ଅଧିକ ପଢନ୍ତୁ : ସିଙ୍ଗାପୁରରେ ମୋଦିଙ୍କୁ ଭବ୍ୟ ସ୍ବାଗତ: ଆଜି ହେବ ଦ୍ବିପାକ୍ଷିକ ଆଲୋଚନା

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସିଙ୍ଗାପୁର କେବଳ ଯେ ଏକ ସହଯୋଗୀ ଦେଶ ତା ନୁହେଁ ପ୍ରତ୍ୟେକ ବିକାଶଶୀଳ ଦେଶ ପାଇଁ ଏହା ପ୍ରେରଣାର ଉତ୍ସ । ଭାରତରେ ଏମିତି ଏକାଧିକ ସିଙ୍ଗାପୁର ଗଠନ ପାଇଁ ସରକାର ଇଚ୍ଛା ରଖିଥିବା କହିଛନ୍ତି ମୋଦି । ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱାଙ୍ଗଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ . ଜୟଶଙ୍କର, ଏନଏସଏ ମୁଖ୍ୟ ଅଜିତ ଡୋଭାଲଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ୍ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Important MoU between Singapore and India | Argus News