|
logo
Live

Argus News - ଓଡିଶାରେ ଡିପଥେରିଆ ବ୍ୟାପିବା ପଛରେ ଅପପୃଷ୍ଟି !

Odisha

ଓଡିଶାରେ ଡିପଥେରିଆ ବ୍ୟାପିବା ପଛରେ ଅପପୃଷ୍ଟି !

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଓଡିଶାରେ ଡିପଥେରିଆ ବ୍ୟାପିବା ପଛରେ ଅପପୃଷ୍ଟି !

ଅର୍ଗସ ବ୍ୟୁରୋ : ଓଡିଶାରେ ଡିପଥେରିଆ ସଂକ୍ରମଣ ବ୍ୟାପିବା ପଛର ମୁଖ୍ୟ କାରଣ ଅପପୃଷ୍ଟି ବୋଲି କୁହାଯାଉଛି । ଅର୍ଥାତ୍ ପିଲାଙ୍କ ପାଇଁ ଇମ୍ୟୁନିଟି ବା ରୋଗପ୍ରତିରୋଧକ ଶକ୍ତି ଜରୁରୀ ।  ରୋଗ ପ୍ରତିରୋଧକ ଶକ୍ତି ସେତେବେଳେ ବଢିବ ଯେତେବେଳେ ଗୋଟିଏ ଶିଶୁ ସୁଷମ ଖାଦ୍ୟ ଖାଇବ । ଯେଉଁ ବୟସରେ ଯେଉଁ ପରିମାଣର ଖାଦ୍ୟ ଖାଇବା କଥା ସେହି ସମୟରେ ସେହି ଖାଦ୍ୟ ଖାଇଲେ ରୋଗପ୍ରତିରୋଧକ ଶକ୍ତି ବଢିଥାଏ । ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ସଂକ୍ରମଣ ବ୍ୟାପିବା ପଛର କାରଣ ଖୋଜିବା ପରେ ଏହା ନଜରକୁ ଆସିଛି । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଡିପଥେରିଆ ଚିହ୍ନଟ ହୋଇଥିବା ଅଧିକାଂଶ ଶିଶୁଙ୍କ ବୟସ 5ବର୍ଷରୁ ଅଧିକ ।  ସେମାନଙ୍କ ମଧ୍ୟରୁ ଜଣେ ଶିଶୁର ବୟସ 11ବର୍ଷ ଥିବା ବେଳେ ଓଜନ ମାତ୍ର 15 କେଜି ରହିଛି । ତେଣୁ ଟିକା ନେଲେ ମଧ୍ୟ ଅପପୃଷ୍ଟିର ଶିକାର ଥିବା ଶିଶୁଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଉନାହିଁ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପ୍ରୋଟିନର ଆବଶ୍ୟକତା ରହିଛି । ଆଉ ତଥ୍ୟ କହୁଛି ଓଡିଶାରେ 19 ପ୍ରତିଶତ ଛୁଆ କମ ଓଜନର ଜନ୍ମ ହେଉଛନ୍ତି | 31 ପ୍ରତିଶତ ଛୁଆ ପୃଷ୍ଟି ହୀନତା ର ଶିକାର, 64 ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି ସେହିଭଳି 61.8 ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି | ତେଣୁ ତଥ୍ୟ ଅନୁସାରେ ଛୋଟ ପିଲାଙ୍କ ନିକଟରେ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ଜରୁରୀ । ପୂର୍ବରୁ ମଧ୍ୟ ମାଲକାନଗିରିରେ ଜାପାନିଜ ଏନସେଫାଲାଇଟିସରେ ସଂକ୍ରମିତ ହୋଇ ଶିଶୁ ପ୍ରାଣ ହରାଇଥିଲେ । ମାଲକାନଗିରିର 187 ଗାଁରେ ବ୍ୟାପିଥିଲା ଜାପାନିଜ ଏନସେଫାଲାଇଟିସ । 2016 ମସିହାରେ ସମୁଦାୟ 579 ଜଣ ଶିଶୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଥିମଧ୍ୟରୁ 175ଜଣ ଜାପାନିଜ ଏନସେଫାଲାଇଟିଜରେ ଆକ୍ରାନ୍ତ ହୋଇଥିଲେ । 103ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ସମୁଦାୟ 336 ଜଣ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କୁ ଯେତେବେଲେ ଆଣ୍ଟିବାୟୋଟିକ୍ ଦିଆଯାଥିଲା ସେମାନଙ୍କ ଶରୀରରେ ଏହା କାମ କରିନଥିଲା। କାରଣ ଷ୍ଟ୍ରଙ୍ଗ ମେଡିସିନ କାମ କରିବା ପାଇଁ ଆମ ଶରୀରରେ ଇମ୍ୟୁନିଟି ଥିବା ନିହାତି ଜରୁରୀ ।

ଅଧିକ ପଢନ୍ତୁ : ରାଜ୍ୟରେ ଡିପ୍‌ଥେରିଆରେ ପୁଣି ଜଣଙ୍କର ମୃତ୍ୟୁ

ଅପପୃଷ୍ଟି ନରରକୁ ଆସିବା ପରେ ସମ୍ପୃକ୍ତ ଜିଲ୍ଲା ଗୁଡିକରେ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିବା ନେଇ ରାଜ୍ୟ ସରକାର ବିଚାର କରୁଛନ୍ତି । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ନିଷ୍ପତି ହୋଇପାରେ । ବର୍ତ୍ତମାନ ସୁଦ୍ଧା 6ଜଣ ଶିଶୁ ଡିପଥେରିଆରେ ସଂକ୍ରମଣ ହୋଇ ମୃତ୍ୟୁବରଣ କରିଛନ୍ତି । ପୂର୍ବରୁ ମାଲକାନଗିରିରେ ଜାପାନିଜ ଏନସେଫାଲାଇଟିସରେ ସଂକ୍ରମିତ ହୋଇ ଶିଶୁ ପ୍ରାଣ ହରାଇଥିଲେ । ମାଲକାନଗିରିର 187 ଗାଁରେ ବ୍ୟାପିଥିଲା ଜାପାନିଜ ଏନସେଫାଲାଇଟିସ । 2016 ମସିହାରେ ସମୁଦାୟ 579 ଜଣ ଶିଶୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଥିମଧ୍ୟରୁ 175ଜଣ ଜାପାନିଜ ଏନସେଫାଲାଇଟିଜରେ ଆକ୍ରାନ୍ତ ହୋଇଥିଲେ । 103ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ସମୁଦାୟ 336ଜଣ ଆକ୍ରାନ୍ତ ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଓଡିଶାରେ ଡିପଥେରିଆ ବ୍ୟାପିବା ପଛରେ ଅପପୃଷ୍ଟି ! | Argus News