|
logo
Live

Argus News - ୨ ଦିନ ଭିତରେ ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା: ବିଜୟ ପାଲ ସିଂ ତୋମାର

Odisha

୨ ଦିନ ଭିତରେ ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା: ବିଜୟ ପାଲ ସିଂ ତୋମାର

Banajyotshna Ray
Browse all articles by Banajyotshna Ray
·2 years ago
୨ ଦିନ ଭିତରେ ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା: ବିଜୟ ପାଲ ସିଂ ତୋମାର

ଅର୍ଗସ ବ୍ୟୁରୋ:  ୨ ଦିନ ଭିତରେ ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ଏହା କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ଓଡ଼ିଶାରେ ଏଥର ଡବଲ୍ ଇଞ୍ଜିନ୍ ସରକାର ହେବ। ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଏବଂ ସରକାର ଗଢ଼ିବ ବୋଲି ତୋମାର ଦୃଢ଼ୋକ୍ତି କରିଛନ୍ତି । ଦଳର ପ୍ରାର୍ଥୀ ଚୟନ ନେଇ ରାଜ୍ୟ ଓ କେନ୍ଦ୍ର ନେତୃତ୍ବଙ୍କ ସହିତ ଆଲୋଚନା ହୋଇଛି ବୋଲି କହିଛନ୍ତି ତୋମାର।

ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ବସିଥିଲା ବିଜେପି କୋର୍ କମିଟି ବୈଠକ। ଗୃହମନ୍ତ୍ରୀ ଅମିତ୍ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ଓଡ଼ିଶା ସମ୍ପର୍କରେ ହୋଇଥିଲା ମାନସ ମନ୍ଥନ। ୟା ଭିତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ସଂଧ୍ୟାରେ ଦିଲ୍ଲୀରୁ ଭୁବନେଶ୍ବର ଫେରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୨ ଦିନ ଭିତରେ ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା: ବିଜୟ ପାଲ ସିଂ ତୋମାର | Argus News