Videos
|
Odisha

୨୦୧୯ରେ ମୟୂରଭଞ୍ଜ ଦେଇଥିଲା ମୋଦିଙ୍କୁ ବିପୁଳ ସମର୍ଥନ

Banajyotshna Ray
Browse all articles by Banajyotshna Ray
·2 years ago·3 min read
୨୦୧୯ରେ ମୟୂରଭଞ୍ଜ ଦେଇଥିଲା ମୋଦିଙ୍କୁ ବିପୁଳ ସମର୍ଥନ

ଅର୍ଗସ ବ୍ୟୁରୋ:  ପ୍ରଧାନମନ୍ତ୍ରୀ ପୂର୍ବରୁ ଦେଇସାରିଛନ୍ତି ଇସାରା। ମାଟିର ଝିଅଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ବନିସାରିଛି ମୟୂରଭଞ୍ଜ ଲୋକସଭା ଓ ବିଧାନସଭା ଲଢେଇର ପ୍ରମୁଖ ପ୍ରସଙ୍ଗ। ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦରେ ବସାଇ ପ୍ରଧାନମନ୍ତ୍ରୀ ମୋଦି ମୟୂରଭଞ୍ଜ ପାଇଁ ଯେଉଁ ଗୌରବ ଆଣିଦେଇଛନ୍ତି ତାର ନାହିଁ କୌଣସି ତୁଳନା। ବିଜେପିର ଏହି ଅସ୍ତ୍ରକୁ କାଟିବା ଲାଗି  ବିଜେଡି ପାଖରେ ନାହିଁ କୌଣସି ପ୍ରସଙ୍ଗ। ସେଥିପାଇଁ ତ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ବନାଇବାର ଶ୍ରେୟରେ ଭାଗ ବସାଇବାକୁ ସବୁବେଳ ପ୍ରୟାସ କରିଆସିଛି ବିଜୁ ଜନତା ଦଳ। ଆଉ ନିକଟରେ ଏହି ପ୍ରସାୟ ନବୀନ ପଟ୍ଟନାୟକଙ୍କୁ କରିଛି ଲୋକହସାର ପାତ୍ର।

24 ନିର୍ବାଚନରେ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ପାଲଟିଛି ବିଜେପି ଓ ବିଜେଡି ପାଇଁ ମର୍ଯ୍ୟାଦର ପ୍ରଶ୍ନ। 2019ରେ ଏହି ଲୋକସଭା କ୍ଷେତ୍ରରେ ଶାସକ ଦଳକୁ ଧୂଳି ଚଟାଇଥିଲା ବିଜେପି। ଗତ ନିର୍ବାଚନରେ 7ରୁ 5ଟି ବିଧାନସଭା ଆସନ ସହ ଲୋକସଭା ବି ହାତେଇଥିଲା ବିଜେପି। 2019ରେ ବିଜେପି ପ୍ରାର୍ଥୀ ବିଶ୍ବେଶ୍ବର ଟୁଡୁ ବିଜେଡି ପ୍ରାର୍ଥୀଙ୍କୁ 25 ହଜାରରୁ ଅଧିକ ଭୋଟରେ ପରାସ୍ତ କରି ମୟୁରଭଞ୍ଜକୁ ବନାଇଥିଲେ ବିଜେପି ଗଡ଼। ପରବର୍ତ୍ତି ସମୟରେ ଏହି ମାଟିର ଝିଅଙ୍କୁ ରାଷ୍ଟ୍ରପତି ବନାଇ ମୟୂରଭଞ୍ଜବାସୀ ଦେଇଥିବା ଭଲପାଇବାର ଋଣ ସୁଝିଥିଲେ ପ୍ରଧାନମନ୍ତ୍ରୀ। ଖାଲିସେତିକି ନୁହେଁ ଏଠାରୁ ପ୍ରଥମ ଥର ସାଂସଦ ନିର୍ବାଚିତ ହୋଇଥିବା ବିଶ୍ବେଶ୍ବର ଟୁଡୁଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇ ମୟୂରଭଞ୍ଜକୁ ମୋଦି ଦେଇଥିଲେ ଆଉ ଏକ ଗିଫ୍ଟ। 2019ରେ ବଡ଼ ଝଟକା ଖାଇବା ପରଠୁ ବିଜେଡି ଲଗାତାର ମୟୂରଭଞ୍ଜକୁ ପୁଣି ନିଜ ଅକ୍ତିଆରକୁ ଆଣିବାଲାଗି ପ୍ରୟାସ କରିଆସୁଛି। ତେବେ ଏଠାରେ 25 ବର୍ଷର ବିଜେଡି ସରକାର ବିରୋଧରେ ରହିଛି ଜନ ଅସନ୍ତୋଷର ଲମ୍ବା ତାଲକା।

ଅସନ୍ତୋଷ ନମ୍ବର 1
25 ବର୍ଷର ଶାସନ ପରେ ବି ମୟୂରଭଞ୍ଜ ଜିଲ୍ଲାରେ କୌଣସି ବଡ଼ ଶିଳ୍ପ ପ୍ରତିଷ୍ଠା କରିପାରିଲେନି ବିଜେଡି ସରକାର। ତେଣୁ ରୋଜଗାର ଅଭାବରୁ ଏଠାକାର ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି।

ଅସନ୍ତୋଷ ନମ୍ବର 2
ରାସଗୋବିନ୍ଦପୁରରେ ଅମର୍ଦା ଏୟାରଷ୍ଟ୍ରିପ୍ ପାଇଁ ଉଡାନ ଯୋଜନାରେ ମୋଦି ସରକାର 45 କୋଟି ଟଙ୍କାର ଅନୁଦାନ ଦେବା ସତ୍ତ୍ବେ ବିଜେଡି ସରକାର ଏହାକୁ ଏଯାଏଁ କାର୍ଯ୍ୟକ୍ଷମ କରିପାରିଲେ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅସନ୍ତୋଷ ନମ୍ବର 3
ମୟୂରଭଞ୍ଜରେ ଆୟୂରବେଦିକ୍ ଓ ହୋମିଓପାଥିକ୍ ହସପିଟାଲର ପୁନରୁଦ୍ଧାର ନେଇ ବିଜେଡିର ନିର୍ବାଚନୀ ପ୍ରତିଶ୍ରୁତି ଏବେ ବି ଅଧୁରା ଏହାକୁ ନେଇ ବି ରହିଛି ତୀବ୍ର ଅସନ୍ତୋଷ।

ଅସନ୍ତୋଷ ନମ୍ବର 4
ସୁବର୍ଣ୍ଣ ରେଖା ଜଳସେଚନ ପ୍ରକଳ୍ପ ଆଜିପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରିଲା ନାହିଁ। ତେଣୁ ଜିଲ୍ଲାରେ ଚାଷୀ କୂଳ ଏହାକୁ ନେଇ ଖପ୍ପା।

ଆଦିବାସୀ ବହୁଳ ଏହି ଜିଲ୍ଲାରେ ଆଉ ଏକ ପ୍ରସଙ୍ଗରେ ବି ରାଜ୍ୟ ସରାକରଙ୍କ ଉପରେ ରହିଛି ପ୍ରବଳ କ୍ରୋଧ। ଯେଉଁଭଳି ବିଜେଡି ସରକାର ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶ ବଳରେ ସେମାନଙ୍କ ଜମି ହଡ଼ପର ଚକ୍ରାନ୍ତ କରିଥିଲେ ଏହାକୁ ନେଇ ସେତେବେଳେ ଜିଲ୍ଲାରେ ପ୍ରବଳ ଅସନ୍ତୋଷ ଓ  ପ୍ରତିବାଦ ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ବିଜେଡି ସରକାର ସେହି ଅଧ୍ୟାଦେଶକୁ ପ୍ରତ୍ୟାହାର ପାଇଁ ବାଧ୍ୟ ହୋଇଥିଲେ। ହେଲେ ଏହାକୁ ନେଇ ବଦନାମ ମୁଣ୍ଡାଇଥିଲା ବିଜୁ ଜନତା ଦଳ ସରକାର। 

ଏହି ଲୋକସଭା ଆସନ ଅଧିନରେ ଜଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଶି, ଉଦଳା, ବାରିପଦା ଓ ମୋରଡ଼ା ବିଧାନସଭା କ୍ଷେତ୍ର ଆସୁଛି। ମୋରଡ଼ାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ 6ଟି ଆସନ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ। 2024ରେ ଏହି ଲୋକସଭା କ୍ଷେତ୍ରରୁ ବିଜେଡି ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡିଙ୍କୁ ବାଙ୍ଗିରିପୋଶି ବିଧାନସଭା ଆସନରୁ ଲଢାଉଛି ବିଜେଡି। ଏବେ ଦେଖିବାକୁ ବାକି ରହିଲା ଏତେ ଜନ ଅସନ୍ତୋଷର କିଭଳି ମ୍ୟାନେଜ କରିବ ବିଜୁ ଜନତା ଦଳ। ସେପଟେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ବନିବା ପରଠୁ ମୟୂରଭଞ୍ଜ ବିତର୍କର କେନ୍ଦ୍ରବିନ୍ଦୁରେ ରହିଆସିଥିବା ବେଳେ 24 ଲଢେଇରେ ଏହି ନିର୍ବାଚନ କ୍ଷେତ୍ରର ମତକୁ ସାରା ବିଶ୍ବ କରିଛି ଅପେକ୍ଷା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: