Videos
|
Odisha

9 ବର୍ଷରେ 24.82 କୋଟି ଭାରତୀୟ ଦ୍ରାରିଦ୍ୟ ସୀମାରେଖା ପାର

Smruti Parija
Browse all articles by Smruti Parija
·2 years ago·2 min read
9 ବର୍ଷରେ 24.82 କୋଟି ଭାରତୀୟ ଦ୍ରାରିଦ୍ୟ ସୀମାରେଖା ପାର

ଅର୍ଗସ ବ୍ୟୁରୋ: ସଂସଦ ଭବନରେ ନିଜର ପ୍ରଥମ ପଦାର୍ପଣରେ ବିଜେପି ସଂସଦୀୟ ଦଳକୁ ସମ୍ବୋଧନ ଦେଇ ଯେଉଁ ସଂକଳ୍ପ ନେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ତାହା ଆଜି ହେଉଛି ସାକାର। ଦାରିଦ୍ୟକୁ ନେଇ ନୀତି ଆୟୋଗଙ୍କ ସଦ୍ୟତମ ରିପୋର୍ଟ ପ୍ରମାଣିତ କରିିଛି ଗରିବ କଲ୍ୟାଣ ପାଇଁ ସମର୍ପିତ ମୋଦି ସରକାର । 2014ରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି କାର୍ଯ୍ୟଭାର ସମ୍ଭାଳିବା ପରଠାରୁ ଅର୍ଥାତ ଗତ 9 ବର୍ଷରେ ବହୁ ମୁଖୀ ଦାରିଦ୍ର୍ୟରୁ ମୁକୁଳିଛନ୍ତି 24.82 ପ୍ରତିଶତ ଭାରତୀୟ । ନୀତି ଆୟୋଗର ତଥ୍ୟ ଅନୁଯାୟୀ 2013-14ରେ ଭାରତରେ ବହୁମୁଖୀ ଦାରିଦ୍ର୍ୟ ହାର 29.17 ପ୍ରତିଶତ ଥିବା ବେଳେ 2022-23ରେ ଏହା 11.28 ପ୍ରତିଶତକୁ ଖସିଆସିଛି ।

ଅର୍ଥାତ ଗତ 9 ବର୍ଷରେ 17.89 ପ୍ରତିଶତ ହ୍ରାସ ପାଇଛି ଦାରିଦ୍ର୍ୟ ହାର। ଗରିବୀ ଉପରେ ଅଙ୍କୁଶ ଲଗାଇବାରେ ରାଜ୍ୟମାନଙ୍କ ମଧ୍ୟରେ ସବୁଠୁ ଉପରେ ରହିଛି ଉତ୍ତରପ୍ରଦେଶ। ୟୁପିରେ ଗତ 9 ବର୍ଷରେ 5.94 କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟର ମୁକ୍ତି ପାଇଛନ୍ତି। ଗରିବୀ ହ୍ରାସରେ ୟୁପି ପଛକୁ ରହିଛନ୍ତିି ବିହାର, ମଧ୍ୟପ୍ରଦେଶ ଓ ରାଜସ୍ଥାନ। ଦ୍ରାରିଦ୍ୟ ଦୂରୀକରଣରେ ଏହି ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମୋଦିଙ୍କର ଏହି ଦାରିଦ୍ୟ ଦୂରୀକରଣରେ ସଂଫଳତାର ଫାଇଦା ଓଡ଼ିଶାକୁ ମଧ୍ୟ ମିଳିଛି। ତେବେ ଏହି ଶ୍ରେୟରେ ନିଜର ବି ହକ୍ ଦାବି କରିଛି ବିଜେଡି। 

ଗରିବୀ ହ୍ରାସର ଏହି ସଫଳତା ପଛରେ ରହିଛି ମୋଦି ସରକାରଙ୍କ ଗରିବ କଲ୍ୟାଣ ଯୋଜନାଗୁଡ଼ିକର ବଡ଼ ଭୂମିକା। 81 କୋଟି ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରାୟ 4 ବର୍ଷ ହେଲା ଯୋଗାଇ ଦିଆଯାଉଛି ମାରଣା ରାସନ। ସେହିପରି ଆୟୂଷ୍ମାନ ଭାରତ ଯୋଜନା ଅଧୀନରେ 2018 ମସିହାରୁ 55 କୋଟି ଭାରତୀୟଙ୍କୁ 5 ଲକ୍ଷ ଟଙ୍କାର ମାଗଣା ସ୍ବାସ୍ଥ୍ୟବୀମା ଯୋଗାଇ ଆସୁଛନ୍ତି । ଏହାଦ୍ବାରା ଦେଶର ଗରିବ ପରିବାର ମାଗଣାରେ ଚିକିତ୍ସା ସୁବିଧା ପାଇବା ସହ ଏ ବାବଦରେ ହେଉଥିବା ଖର୍ଚ୍ଚାନ୍ତରୁ ମୁକ୍ତି ପାଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧିନରେ ଛୋଟ ବ୍ୟସାୟୀଙ୍କୁ 50 ହଜାର ଟଙ୍କାରୁ ଆରମ୍ଭ କରି 10 ଲକ୍ଷ ଟଙ୍କା ଯାଏ ସହଜ ଓ କମ ସୁଧହାରରେ ଋଣ ଯୋଗାଇ ଦିଆଯାଉଛି। ଏଥିଯୋଗୁଁ ଗତ 8 ବର୍ଷରେ ପ୍ରାୟ 10 କୋଟି ରୋଜଗାର ସୃଷ୍ଟି ହୋଇପାରିଛି । ଏହାଛଡ଼ା ବିଶ୍ବକର୍ମା ଯୋଜନା ଅଧିନରେ କୌଳିକ ବୃତ୍ତିକୁ ପ୍ରୋତ୍ସାହନ ଏବଂ କୃଷକମାନଙ୍କର କଲ୍ୟାଣ ପାଇଁ ମୋଦି ସରକାର ଆଣିଥିବା ଅନେକ ଯୋଜନା ଗରିବ ଭାରତୀୟଙ୍କ ରୋଜଗାର ବୃଦ୍ଧିରେ ସହାୟକ ହୋଇଛି ।

 ଆହୁରି ପଢନ୍ତୁ ଓଡିଶା ଖବର...