୯୦ଟି ଧାନମଣ୍ଡିରେ ମିଲର ଓ ଶାସକ ଦଳର ଗୁଣ୍ଡାମାନଙ୍କ ଦାଦାଗିରି ଚରମ ସୀମାରେ
·2 years ago

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲାରେ ଚଳିତ ଖରିଫ ଧାନ କିଣା ପାଇଁ ଡିସେମ୍ବର ୧୪ ତାରିଖଠାରୁ ୯୦ ଧାନମଣ୍ଡିରେ ଆରମ୍ଭ ହୋଇଛି। ଧାନ କିଣା ପାଇଁ ହୋଇଥିବା ପଞ୍ଜିକରଣରେ ୬୩ ହଜାର ପ୍ଲଟ୍ ଜାଲିଆତି ହୋଇଥିବା ଜଣାପଡିଛି । ଏହି ଜାଲିଆତି କାରବାରରେ କେଉଁ ପ୍ରଶାସନିକ ଅଧିକାରୀମାନେ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।
ଜିଲ୍ଲାରେ ୯୦ଟି ଧାନମଣ୍ଡିରେ ମିଲର ଓ ଶାସକ ଦଳର ଗୁଣ୍ଡା ମାନଙ୍କ ଦାଦାଗିରି ଚରମ ସୀମାରେ ପହଞ୍ଚିଛି । ଧାନ କୁଇଣ୍ଟାଲ ପ୍ରତି ୫ କିଲୋ ରୁ ୧୦ କିଲୋ କଟନୀଛଟନୀ କରାଯାଉଥିବା ଅଭିଯୋଗ । ଏ ପ୍ରସଙ୍ଗରେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସୂଚନା ଦିଆଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: