ବସୁଧା ହେଲ୍ପ ଲାଇନରେ ଅଭିଯୋଗ କରିବାରୁ ମାଡ଼

ଅର୍ଗସ ବ୍ୟୁରୋ: ଘରକୁ ପାଣି ଆସୁ ନ ଥିବାରୁ ବସୁଧା ହେଲ୍ପ ଲାଇନରେ ଅଭିଯୋଗ କରିବାରୁ ଅଭିଯୋଗକାରୀଙ୍କୁ ମାଡ଼ ମରାଯାଇଥିବା ଏମିତି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ସାଉଡ଼ ପଞ୍ଚାୟତର ତାଳପାଢି ଗ୍ରାମରୁ। ଏହି ଗ୍ରାମରେ ଦୁଇ ବର୍ଷ ହେବ ଏକ ନୂତନ ପାଣି ଟାଙ୍କି ତିଆରି ହୋଇଥିଲେ ମଧ୍ୟ ଅନେକ ଘରକୁ ଟ୍ୟାପ ପାଣି ଆସୁନଥିବାରୁ ବସୁଧା ହେଲ୍ପ ଲାଇନ ରେ ଅଭିଯୋଗ କରିଥିଲେ ଏହି ଗ୍ରାମର ମନୋରଞ୍ଜନ ବେହେରା।
ଏହି ଅଭିଯୋଗର ବିଭାଗୀୟ ତଦନ୍ତ ପରେ ରକ୍ତମୁଖା ହୋଇଥିଲେ ଠିକାଦାର। ପ୍ରଥମେ ଫୋନରେ ଧମକ ଚମକ ପରେ ମାଡ଼ ମାରିବାକୁ ପଛାଇ ନଥିଲେ କଣ୍ଟ୍ରାକ୍ଟର ପ୍ରତାପଚନ୍ଦ୍ର ନାୟକ l ଅଭିଯୋଗକାରୀ ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ସରକାର ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ କଣ୍ଟ୍ରାକ୍ଟରଙ୍କୁ ଲଗାଇ ଡରାଇ ଧମକାଇ, ମାଡ ମାରି ଚୁପ କରିବାକୁ ଷଡଯନ୍ତ୍ର କରିଥିବା ନେଇ ଅଭିଯୋଗ ଆସିଛି। ଏନେଇ ବିଳମ୍ବିତ ରାତିରେ ସୋର ଥାନାରେ ଦ୍ଵାରସ୍ଥ ହୋଇଛନ୍ତି ମାଡ ଖାଇଥିବା ଭିନ୍ନକ୍ଷମ ମନୋରଞ୍ଜନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
