Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପିର ପାୱାର ସୋ' ଦେଖିବେ ଏକାମ୍ରବାସୀ

Rashmita Mishra
Browse all articles by Rashmita Mishra
·2 years ago
ବିଜେପିର ପାୱାର ସୋ' ଦେଖିବେ ଏକାମ୍ରବାସୀ

ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ରୋଡ଼ ସୋ । ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିରାଟ ରୋଡ଼ ସୋ ନଡ୍ଡାଙ୍କର । ପୁରୁଣା ଭୁବନେଶ୍ବର ମାଉସୀ ମା ଛକରୁ ବଢେଇବାଙ୍କ ଛକ ଯାଏଁ ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ରୋଡ଼ ସୋ । ରଥ ରୋଡ଼ରେ ବିଜେପିର ପାୱାର ସୋ ଦେଖିବେ ଏକାମ୍ରବାସୀ । ଛକ ଛକରେ ଜମିଛି ଲୋକଙ୍କ ଭିଡ । ନଡ୍ଡାଙ୍କୁ ସ୍ବାଗତ କରିବା ପାଇଁ ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ବାବୁ ସିଂ କରିଛନ୍ତି ଅନେକ ପ୍ରକାରର ଆୟୋଜନ । ପାରମ୍ପରିକ ଓଡ଼ିଆ ଘୋଡ଼ା ନାଚ ଏବଂ ଢୋଲ, ଘଣ୍ଟ ବଜାଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦିଆଯିବ ସ୍ବାଗତ ସମ୍ବର୍ଦ୍ଧନା ।
 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In Bhubaneswar, BJP National President J.P. Nadda's Road Show | Argus News