Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସାରା ରାଜ୍ୟରେ ବିଜେଡିରେ ଅସମ୍ଭାଳ ଗୋଷ୍ଠୀ କନ୍ଦଳ

Odisha

ସାରା ରାଜ୍ୟରେ ବିଜେଡିରେ ଅସମ୍ଭାଳ ଗୋଷ୍ଠୀ କନ୍ଦଳ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ସାରା ରାଜ୍ୟରେ ବିଜେଡିରେ ଅସମ୍ଭାଳ ଗୋଷ୍ଠୀ କନ୍ଦଳ
  • ସାରା ରାଜ୍ୟରେ ବିଜେଡିରେ ଅସମ୍ଭାଳ ଗୋଷ୍ଠୀ କନ୍ଦଳ
  • ବିଦ୍ରୋହୀଙ୍କୁ ମ୍ୟାନେଜ୍ କରିବାରେ ବିଫଳ ଶାସକ ଦଳ
  • 100 ବିଧାନସଭା ଆସନରେ ବିଜେଡି ପାଇଁ ଘାତକ ରାଜୁ ସିଣ୍ଡ୍ରୋମ୍
  • ଏବେ ନୁହେଁ ତ କେବେ ନୁହେଁ ମୁଡରେ ବିଜେଡି ଆଶାୟୀ
  • ନବୀନ ନା ପାଣ୍ଡିଆନ, ବିଜେଡିର ନେତୃତ୍ବ ନେଇ ବି ଦ୍ୱନ୍ଦରେ ଭୋଟର

ଅର୍ଗସ ବ୍ୟୁରୋ: ରାଜଧାନୀରେ ବିଜେଡି ସ୍ଥିତି ଟଳମଳ। ଭୁବନେଶ୍ବରର ତିନିଟି ନିର୍ବାଚନମଣ୍ଡଳୀରେ ଦଳରେ ଅସମ୍ଭାଳ ଗୋଷ୍ଠୀ କନ୍ଦଳ। ଇଏ ଏକାମ୍ର ନିର୍ବାଚନମଣ୍ଡଳୀର ଦୃଶ୍ୟ। ଯେଉଁଠି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ ଶକ୍ତି ପ୍ରଦର୍ଶନ କରିଛନ୍ତି ତାଙ୍କରି ଦଳର ଆଶାୟୀ ବିରଞ୍ଚି ନାରାୟଣ ସୁପକାର। କାରଗିଲ ପଡ଼ିଆରେ ଅଶୋକ ପଣ୍ଡାଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା ବିଶାଳ ମହିଳା ସମାବେଶ। ସେପଟେ ସାମନ୍ତରାପୁରରେ ସମାନ୍ତରାଳ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ବିଦ୍ରୋହୀ ବିଜେଡି କର୍ପୋରେଟର ବିରଞ୍ଚି । ସେହିପରି ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଶାଳ ବାଇକ ରାଲି କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଇଏ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳର ଦୃଶ୍ୟ। ଯେଉଁଠି ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ବିରୋଧରେ ତେଜିଛି ଦଳୀୟ ଅସନ୍ତୋଷ। ସ୍ଥାନୀୟ ବଡ଼ବାଲିକୁଦା ପଞ୍ଚାୟତ ବାଞ୍ଛାବଟ ମଠରେ ଥିଲା ବିଧାୟକଙ୍କ ଦ୍ବାରା ଏକ ପ୍ରକଳ୍ପର ଉଦଘାଟନ । ତେବେ ଅମର ଶତପଥୀ ପହଞ୍ଚିବା ପୂର୍ବରୁ ବିଜେଡିର ଦୁଇ ଗୋଷ୍ଠୀ ଭିତରେ ହୋଇଥିଲା ଗଣ୍ଡଗୋଳ। ନାମ ଫଳକ ଭଙ୍ଗାରୁଜା କରିଥିଲେ ବିଜେଡି କର୍ମୀ। ସେହିପରି ପାଟଣାଗଡ଼ରେ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ସ୍ବର ମୁଖର କରିଛନ୍ତି ବିଜେଡି କର୍ମୀ। ସାମ୍ବାଦିକ ସମ୍ମିଳନୀ କରି ବିଷୋଦଗାର କରିଛନ୍ତି।

ଇଏ ତ ଭାତ ହାଣ୍ଡିରୁ କେତୋଟି, ବିଜୁ ଜନତା ଦଳରେ ସବୁଠି ଏମିତି ସ୍ଥିତି। ପାଞ୍ଚ ଦଶଟି ନୁହେଁ ରାଜ୍ୟର 147 ନିର୍ବାଚନମଣ୍ଡଳୀରୁ ଶହେରୁ ଅଧିକ ଆସନରେ ଏବେ ଘାତକ ପାଲଟିଛି ରାଜୁ ସିଣ୍ଡ୍ରୋମ। ନିର୍ବାଚନ ଯେତେ ଯେତେ ପାଖଉଛି ବିଜେଡିରେ ସେତେ ମୁଣ୍ଡ ଟେକୁଛନ୍ତି ଆଶାୟୀ। ସେତେ ବଢୁଛି ବିଦ୍ରୋହ, ସେତେ ଅଧିକ ହେଉଛି ଅସନ୍ତୋଷ। ଏବେ ନୁହେଁ ତ କେବେ ନୁହେଁ ମୁଡରେ ବିଜେଡି ଆଶାୟୀ। ଦଳରେ ନିଜର ଦବଦବା ଜାହିର କରିବାକୁ, ପ୍ରାର୍ଥିତ୍ବର ଦାବିଦାରୀ ପାଇଁ ଖୁଲମଖୁଲା ଶକ୍ତି ପ୍ରଦର୍ଶନ କରୁଛନ୍ତି ବୟାନବାଜି କରୁଛନ୍ତି। ବିଦ୍ରୋହୀଙ୍କୁ ମ୍ୟାନେଜ୍ କରିବାରେ ବିଫଳ ହେଉଛି ଶାସକ ଦଳ। ଅନ୍ୟପଟେ ଦଳର ଶୀର୍ଷ ନେତୃତ୍ବକୁ ନେଇ ମଧ୍ୟ ସୃଷ୍ଟି ହୋଇଛି ବଡ଼ ଦ୍ବନ୍ଦ୍ବ। ରାଜ୍ୟ ସାରା ଘୁରି ବୁଲୁଛନ୍ତି ଭି. କେ ପାଣ୍ଡିଆନ। ତାଙ୍କ ଆଗରେ ମୁଣ୍ଡ ନଉଁଛନ୍ତି ବିଜେଡିର ସବୁ ନେତା। ତେଣୁ ଏବେ ନବୀନ ନା ପାଣ୍ଡିଆନ କାହା ନେତୃତ୍ବରେ ପରିଚାଳିତ ହେଉଛି ବିଜେଡି ତାକୁ ନେଇ ଦ୍ବନ୍ଦ୍ବରେ ଦଳୀୟ ନେତା ଓ କର୍ମୀ, ଦ୍ବନ୍ଦ୍ବରେ ରାଜ୍ୟବାସୀ । ପଞ୍ଚମ ପାଳି ଯାଏଁ ବିଜୁ ଜନତା ଦଳ ପାଇଁ ଅପେକ୍ଷାକୃତ ସହଜ ଥିଲା ନିର୍ବାଚନୀ ଲଢ଼େଇ। କିନ୍ତୁ 24ରେ ଭିନ୍ନ ସ୍ଥିତି। ଏଥର ଓଡ଼ିଆ ଅସ୍ମିତା, ସ୍ବାଭିମାନ, ଭାଷା ଓ ସଂସ୍କୃତି ହେବ ବଡ଼ ପ୍ରସଙ୍ଗ। ଯାହାକୁ ସୁରକ୍ଷା ଦେବାରେ ନିରନ୍ତର ବିଫଳ ରହିଆସିଛି ବିଜୁ ଜନତା ଦଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
In BJd, group fighting | Argus News