Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡିରେ ବଢ଼ିଲା ଗୋଷ୍ଠି କନ୍ଦଳ, ମୁହାଁମୁହିଁ ହେଲେ ରୋହିତ ଓ ରାସେଶ୍ୱରୀ

Banajyotshna Ray
Browse all articles by Banajyotshna Ray
·2 years ago
ବିଜେଡିରେ ବଢ଼ିଲା ଗୋଷ୍ଠି କନ୍ଦଳ, ମୁହାଁମୁହିଁ ହେଲେ ରୋହିତ ଓ ରାସେଶ୍ୱରୀ

ଅର୍ଗସ ବ୍ୟୁରୋ:  ସମ୍ବଲପୁର ପ୍ରଣବ ପ୍ରକାଶ ଦାସ ପହଁଞ୍ଚିବା ପରେ ବିଜେଡିର ଗୋଷ୍ଟି କନ୍ଦଳ ବଢିଲା । ବବି ଦାସଙ୍କ ଉପସ୍ଥିତିରେ ରୋହିତ ପୁଝାରୀ ଓ ରାସେଶ୍ୱରୀ ପାଣିଗ୍ରାହୀ ମୁହାଁମୁହିଁ ହୋଇଛନ୍ତି । ସମ୍ବଲପୁର ବିଧାନସଭା ସିଟ ନେଇ ଝଗଡା ଲାଗିଥିବା ଦେଖିବାକୁ ମିଲିଛି । ସେପଟେ ରାସେଶ୍ୱରୀ ପାଣୀଗ୍ରାହୀଙ୍କ ସର୍ମଥକ ମାନେ ବବିଙ୍କ ଉପସ୍ଥିତିରେ ବିଜେଡିକୁ ସମର୍ଥନ ନକରିବା ପାଇଁ ଚେତାବନୀ ଦେଇଛନ୍ତି ।

ରାସେଶ୍ୱରୀ ପାଣିଗ୍ରାହୀକୁ ଟିକେଟ ନଦେଲେ ସମ୍ବଲପୁରରେ ବିରୋଧ କରାଯିବ ବୋଲି ଚେତାବାନୀ ଦେଇଛନ୍ତି କିଛି ବିଜେଡି କର୍ମୀ । ତେବେ ଆଗକୁ ନିର୍ବାଚନ ଥିବାବେଳେ ବିଜେଡିରେ ଏବେଠୁ ଦେଖାଦେଲାଣି କନ୍ଦଳ। ଆଗକୁ ସ୍ଥିତି କଣ ହେବ ତାକୁ ନେଇ ଚିନ୍ତା କରୁଛି ବିଜେଡି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In BJd, there was a conflict between Rohit and Raseshwari | Argus News