Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଳାକାରଙ୍କୁ ପୋଲିସର ଥାର୍ଡଡିଗ୍ରୀ ଟର୍ଚ୍ଚର ମାମଲା, ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରି କାମ ସାରିଦେଲେ ଏସପି

Odisha

କଳାକାରଙ୍କୁ ପୋଲିସର ଥାର୍ଡଡିଗ୍ରୀ ଟର୍ଚ୍ଚର ମାମଲା, ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରି କାମ ସାରିଦେଲେ ଏସପି

Banajyotshna Ray
Browse all articles by Banajyotshna Ray
·2 years ago·1 min read
କଳାକାରଙ୍କୁ ପୋଲିସର ଥାର୍ଡଡିଗ୍ରୀ ଟର୍ଚ୍ଚର ମାମଲା, ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରି କାମ ସାରିଦେଲେ ଏସପି

ଅର୍ଗସ ବ୍ୟୁରୋ:  ଭଦ୍ରକ ଆଗରପଡ଼ାରେ ବଟି ନଦେବାରୁ କଳାକାରଙ୍କୁ ପୋଲିସର ଥାର୍ଡଡିଗ୍ରୀ ଟର୍ଚ୍ଚର ମାମଲା। ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରି କାମ ସାରିଦେଲେ କି ଏସପି। ତଦନ୍ତ ପରେ ମାମଲାରେ ସମ୍ପୃକ୍ତି ନେଇ ପ୍ରମାଣ ମିଳିବା ପରେ ଏଏସଆଇ ମହେନ୍ଦ୍ର ଗିରି ଓ କନଷ୍ଟେବଳ ଚିନ୍ମୟ ଦେହୁରିଙ୍କୁ ସସପେଣ୍ଡ କରିଛନ୍ତି ଭଦ୍ରକ ଏସପି ବରୁଣୁ ଗୁଣ୍ଠୁପାଲି। ହେଲେ ମୋ ପୋଲିସର ଧଜ୍ଜିଆ ଉଡ଼ାଇଥିବା ଦୁଇ ପୋଲିସ କର୍ମଚାରୀ କେବେ ହେବେ ଗିରଫ।  ସମସ୍ତଙ୍କ ପାଇଁ ଆଇନ ସମାନ କହୁଥିବା ସରକାରରେ କଣ ଏହା ହିଁ ହେଉଛି ସମାନତା।

ଅଭିଯୁକ୍ତ ପୋଲିସ କର୍ମୀଙ୍କୁ ଚାକିରିରୁ ବହିଷ୍କାର ସହ ଉଭୟଙ୍କ ଗିରଫଦାରି ଦାବି କରିଛନ୍ତି ଜିଲ୍ଲାର ସମସ୍ତ କଳାକାର। ବଟି ନଦେବାରୁ  ଗୋପୀନାଥ ନାୟକଙ୍କୁ ନିସ୍ତୁକ ପିଟିଥିଲା ପୋଲିସ । ଅର୍ଗସରେ ଏ ଖବର ପ୍ରସାରିତ ହେବା ପରେ ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହୋଇଥିଲା ଭଦ୍ରକ ପୋଲିସ । ଏହାପରେ 4 ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ବଦଳି କରି କାମ ସାରିଦେଇଥିଲେ ରାଜ୍ୟ ସରକାର । ଏବେ ଏଏସଆଇ ମହେନ୍ଦ୍ର ଗିରି ଓ କନେଷ୍ଟବଳ ଚିନ୍ମୟ ଦେହୁରିଙ୍କୁ ନିଲମ୍ବନ କରିଛନ୍ତି ଏସ୍ପି । ସେପଟେ ଗୁରୁତର ଆହତ ଗୋପୀନାଥ ନାୟକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରି ଚିକିତ୍ସା ଚାଲିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Argus Whatsapp Channel Mobile Top
Sponsored
In case of third degree torching of the artist by the police | Argus News