Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା 

Smruti Parija
Browse all articles by Smruti Parija
·1 year ago·1 min read
କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା 

କଟକ: ସୁରୁଖୁରୁରେ ରାବଣ ପୋଡ଼ି ପାଇଁ ହାଇକୋର୍ଟଙ୍କ ଗୁରୁତ୍ଵ । କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା । କେବଳ ପରିବେଶ ଅନୁକୂଳ ରଙ୍ଗୀନ ବାଣ ବ୍ୟବହାର ପାଇଁ ଆଡଭୋକେଟ୍ କମିଟି ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବ ଉପରେ ବିଚାର କରି ପରିବେଶ ଅନୁକୂଳ ବାଣ ବ୍ୟବହାର ପାଇଁ ଅନୁମତି ନେଇ ବ୍ୟବହାର କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ଏହାସହ ଆସନ୍ତା ୧୦ ତାରିଖ ସୁଦ୍ଧା ରାବଣ ପୋଡ଼ି ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାରର ଆନୁସଙ୍ଗିକ ସୁବିଧା ଯୋଗାଇବା ପାଇଁ ସିଏମସି, ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଟ୍ରାଫିକ ସୁପରିଚାଳନା ପାଇଁ ଟ୍ରାଫିକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ବେଆଇନ ପାର୍କିଂ ଫି ଆଦାୟ ଉପରେ ରୋକ୍ ଲଗେଇବା ପାଇଁ ଟ୍ରାଫିକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବାରବାଟୀ ସର୍ବ ଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ଆଗତ ଇଣ୍ଟର ଭେନିଂ ପିଟିସନର ଶୁଣାଣୀ କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ଏହି ମାମଲାର ଅନ୍ତ ଘଟେଇଲେ କୋର୍ଟ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In Cuttack, there will be no cracker competition in Ravanpodi | Argus News