Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୁର୍ଗମରେ ଧରା ପଡ଼଼ିଲା ଆମ ଓଡ଼ିଶା ନବୀନ ଓଡ଼ିଶାର ସତ

Odisha

ଦୁର୍ଗମରେ ଧରା ପଡ଼଼ିଲା ଆମ ଓଡ଼ିଶା ନବୀନ ଓଡ଼ିଶାର ସତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦୁର୍ଗମରେ ଧରା ପଡ଼଼ିଲା ଆମ ଓଡ଼ିଶା ନବୀନ ଓଡ଼ିଶାର ସତ

ଅର୍ଗସ ବ୍ୟୁରୋ:  ବିଶୁଦ୍ଧ ପାଣି ଅମୂଲ୍ୟ ଅଟେ। ପୂର୍ବ ସରକାର ଲଗାଇଥିବା ବସୁଧା ଯୋଜନାରେ ଫଳକରେ ଏହା କେତେ ସ୍ପଷ୍ଟ ଭାବେ ଲେଖା ହୋଇଛି ତାହା ଜଳ ଜଳ ହୋଇ ଦିଶୁଛି। ଅଥଚ ଏ କଥାକୁ କେମିତି ବୁଝିପାରୁ ନଥିଲା ପୂର୍ବର ବିଜେଡି ସରକାର। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଚିଙ୍ଗୁଡ଼ିଗୁଡ଼ା ଗ୍ରାମରେ ଫଳକ ଲଗାଇ ଦାୟିତ୍ବ ସାରିଦେଇଥିଲା ବିଜେଡି। ଏଠି ବସୁଧା ଯୋଜନାର ଫଳକ ଲାଗିଛି ଅଥଚ ଲୋକଙ୍କୁ ମିଳୁନି ବିଶୁଦ୍ଧ ପାଣି। ଅଞ୍ଚଳ ବାସୀ ଜଳ ସମସ୍ୟାରେ ଆଉଟୁପାଉଟୁ ହେଉଥିବା ବେଳେ ଏହି ଫଳକ ସେମାନଙ୍କୁ ପରିହାସ କରୁଥିବାର ଅଭିଯୋଗ ହୋଇଛି।

ଖାଲି ବସୁଧା ଯୋଜନା ନୁହେଁ, ବିଜେଡିର ସବୁ ପ୍ରତିଶ୍ରୁତି ଏଠି ପ୍ରତାରଣା ପାଲଟିଛି। ଫଳକ ଲଗାଇ ଗ୍ରାମରେ ମିଛ ବିକାଶର ଭ୍ରମ ସୃଷ୍ଟି କରିଥିଲା ପୂର୍ବର ବିଜେଡି ସରକାର। ଏହି ଫଳକ ଉପରେ ଟିକେ ନଜର ପକାନ୍ତୁ। ତିନି ଲକ୍ଷ ଟଙ୍କାରେ ଏକ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଥିବାର ଏହି ଫଳକରେ ଦର୍ଶାଯାଇଛି। ହେଲେ କାଇଁ କେଉଁଠି ସେହି ଗୃହର ଦେଖା ଦର୍ଶନ ମିଳୁନି। ସେହିପରି ଗାଁକୁ ରାସ୍ତା ନିର୍ମାଣର ସ୍ଥିତି ଦେଖିଲେ ଏହି ଅଞ୍ଚଳର ବିକାଶରେ ବିଜେଡିର ଭୂମିକା କେତେ ତାହା ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି। ଯାହାକୁ ନେଇ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାମବାସୀ।

24 ବର୍ଷର ବିଜେଡି ଶାସନରେ ରାଜ୍ୟର କୋଣଅନୁକୋଣକୁ ମାଡିଥିଲା ଦୁର୍ନୀତିର ଚେର। ନିର୍ବାଚନ ପୂର୍ବରୁ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ପ୍ରତି ଗାଁକୁ 50 ଲକ୍ଷର ଅନୁଦାନ ଦେଇ ସରକାରୀ ଟଙ୍କାରେ ଦଳୀୟ କର୍ମୀଙ୍କୁ ଖୁସ୍ କରିବାକୁ ରଚାଯାଇଥିଲା ବଡ଼ ଷଡ଼ଯନ୍ତ୍ର। ଯାହାର ସବୁଠୁ ବଡ଼ ପ୍ରମାଣ ନବରଙ୍ଗପୁର ଝରିଗାଁର ଏହି ଚିଙ୍ଗିଡ଼ିଗୁଡ଼ା ଗାଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
in Durgam, ama Odisha Naveen Odisha is true now public | Argus News