Videos
|
Odisha

ରେଭେନ୍ସାରେ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ବିବାଦ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ରେଭେନ୍ସାରେ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ବିବାଦ

ଅର୍ଗସ ବ୍ୟୁରୋ : ରେଭେନ୍ସାରେ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ବିବାଦ। ଦୁଇ ଗୋଷ୍ଠୀ ମୁହାଁମୁହିଁ। ସଂଧ୍ୟା ପରେ ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶକୁ ବିରୋଧ କରିଛି ଏବିଭିପି। ଏହାକୁ ନେଇ ଏବିଭିପି ସଦସ୍ୟଙ୍କ ସହ ଅନ୍ୟ ଛାତ୍ର ସଂଗଠନର ସଦସ୍ୟ ମୁହାଁମୁହିଁ ହୋଇଛନ୍ତି। ରେଭେନ୍ସା ନାମ ପରିବର୍ତ୍ତନକୁ ବିରୋଧ କରିବା ନାଁରେ ଆଜି ସେଭ୍ ରେଭେନ୍ସା ଲିଗାସି ଫୋରମ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ନିୟମ ଅନୁସାରେ ସଂଧ୍ୟା 6ଟା ପରେ ରେଭେନ୍ସା ଭିତରକୁ ବାହାର ଲୋକଙ୍କ ପ୍ରବେଶ ମନା। କିନ୍ତୁ ଏହାର ଉଲ୍ଲଂଘନ କରି କ୍ୟାମ୍ପସ୍ ଭିତରୁ ମଶାଲ ଶୋଭାଯାତ୍ରା ବାହାର କରାଯାଇଥିଲା।

ଅଧିକ ପଢନ୍ତୁ : କାହିଁକି ନାଁ ପରିବର୍ତ୍ତନ କଥା ଉଠାଇଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ? ଆସନ୍ତୁ ବୁଝିବା...

ବିଶ୍ବବିଦ୍ୟାଳୟ ଗେଟ୍ ପାଖରେ ପହଞ୍ଚି ଅଣଛାତ୍ରଙ୍କ ପ୍ରବେଶକୁ ବିରୋଧ କରିଥିଲେ ଏବିଭିପି କର୍ମକର୍ତ୍ତା। ଏହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ମଶାଲ ଶୋଭାଯାତ୍ରା ସମୟରେ ରେଭେନ୍ସା ଅଞ୍ଚଳରେ ବିଦ୍ୟୁତ୍ କାଟ ହୋଇଥିଲା। ଏହାକୁ ନେଇ ମଧ୍ୟ ସୃଷ୍ଟି ହୋଇଛି ବିବାଦ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
In front of Renaissance University Non-student entry dispute | Argus News