କାଶିପୁର ବ୍ଲକରେ ପୁଣିଥରେ ଗୋଟିଏ ହଷ୍ଟେଲରେ ଛାତ୍ର ମୃତ୍ୟୁ ଅଭିଯୋଗ

ଅର୍ଗସ ବ୍ୟୁରୋ: ପୁଣି ଏକ ଆବାସିକ ବିଦ୍ୟାଳୟ ପାଠ ପଡୁଥିବା ଛାତ୍ର ମୃତ୍ୟୁ ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ରାୟଗଡା ଜିଲ୍ଲା କାଶୀପୁର ବ୍ଳକ କୁଚେଇପଦର ପଞ୍ଚାୟତ ଅନ୍ତର୍ଗତ ବଡମ୍ବା ଗାଁରେ। ଛାତ୍ର ହେଉଛନ୍ତି ଧନେଶ୍ଵର ଝୋଡିଆଙ୍କ ୧୦ ବର୍ଷୀୟ ପୁଅ ଅଶୋକ ଝୋଡିଆ ।
କୁଚେଇପଦର ହଷ୍ଟେଲ ରହି ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ବେଳେ ଗତ ଶନିବାର ଦିନ ହଠାତ ଦେହ ଅସୁସ୍ଥ ଥିବାରୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଚେଇପଦର ମେଡିକାଲ ନେଇଥିଲେ କିନ୍ତୁ ମେଡିକାଲରେ ଡାକ୍ତର ନ ଥିବାରୁ ହଷ୍ଟେଲକୁ ନେଇ ଆସିଥଲେ। ପରବର୍ତ୍ତୀ ସମୟରେ ପ୍ରଧାନଶିକ୍ଷକ ଛାତ୍ରଙ୍କ ଘରକୁ ନେଇ ଛାଡି ଦେଇଥିଲେ।
ଛାଡିବାର ଚାରି ଦିନ ପରେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାର ଅବହେଳା ହୋଇଥିବା ଜଗୁ ଏଭଳି ଘଟଣା ଘଟିଥିବା ପିତା ଧନେଶ୍ବର ଝୋଡିଆ ଅଭିଯୋଗ କରିଛନ୍ତି। ଘଟଣାରେ ବ୍ଲକ ଶିକ୍ଷାଧିକାରୀ ଦିପ୍ତିମୟୀ ସିଂ ଓ ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅକ୍ଷୟ ସାହୁ ପହଞ୍ଚି ତଦନ୍ତ କରି ଫେରିଛନ୍ତି।
କିଛି ଦିନ ପୂର୍ବରୁ ମଧ୍ୟ ଟିକିରି ସରକାର ଉଚ୍ଚବିଦ୍ୟାଳୟ ମଧ୍ୟ ଛାତ୍ରାବାସରେ ପଡୁଥିବା ଦଶମ ଶ୍ରେଣୀର ଛାତ୍ର ମୃତ ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ଅନ୍ୟଜଣେ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଜଣେ ରୋଷେୟାଙ୍କୁ ଚାକିରିରୁ ବାହାର କରାଯାଇଥିଲା।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର