Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦରେ ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା

Odisha

ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦରେ ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା

Ritu Das
Browse all articles by Ritu Das
·1 year ago·1 min read
ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦରେ ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦରେ ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଶିଳ୍ପାଞ୍ଚଳ ଥାନା ଜଟଣୀ ବାଇପାସ ନିକଟରେ ଘଟିଛି ଘଟଣା । ମୃତକ ମୁକୁନ୍ଦପ୍ରସାଦର ମହମ୍ମଦ ସାଜୁ । ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଥିବାରୁ ମୁକୁନ୍ଦପ୍ରସାଦରେ 163 ଧାରା ଲାଗୁ ହୋଇଛି । ଘଟଣାସ୍ଥଳରେ 3 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଛକାପଞ୍ଝା ଲାଗି ରହିଛି । 

ମହମ୍ମଦ ବାଇକରେ ଜଟଣୀରୁ ଘରକୁ ଫେରୁଥିବାବେଳେ ଏକାଧିକ ଯୁବକ ତାଙ୍କୁ ଘେରି ଯାଇଥିଲେ । ଦୁବୃର୍ତ୍ତମାନେ ଖଣ୍ଡାରେ ତାଙ୍କ ମୁଣ୍ଡ, ହାତକୁ ହାଣି ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ପରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୁକୁନ୍ଦପ୍ରସାଦ ଛକରେ ଶବ ରଖି ଟାୟର ଜାଳି ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପି, ଆଇଜି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପ୍ରତିଶ୍ରୁତି ପରେ ଶବ ଉଠିଲା । ଏବେ ବି ପରିସ୍ଥିତି ଉତ୍ତେଜନାମୂଳକ ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
In Khurda district | Argus News