Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୃଷ୍ଟିକର ଖାଦ୍ୟ ବଦଳରେରେ ମିଳୁଥିଲା ନିମ୍ନମାନର ଖାଦ୍ୟ

Odisha

ପୃଷ୍ଟିକର ଖାଦ୍ୟ ବଦଳରେରେ ମିଳୁଥିଲା ନିମ୍ନମାନର ଖାଦ୍ୟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପୃଷ୍ଟିକର ଖାଦ୍ୟ ବଦଳରେରେ ମିଳୁଥିଲା ନିମ୍ନମାନର ଖାଦ୍ୟ

ଅର୍ଗସ ବ୍ୟୁରୋ:  ଉତ୍ତମ ଖାଦ୍ୟ ଯୋଗାଇବା ବାହାନାରେ ଶିକ୍ଷା ଅନୁଷ୍ଠାନରୁ ହଟା ଯାଇଥିଲା ପାଚିକା ବ୍ୟବସ୍ଥା । ଆଉ କରା ଯାଇଥିଲା ସେଣ୍ଟ୍ରାଲ କିଚେନର ସୁବିଧା | ମାତ୍ର ସେଣ୍ଟ୍ରାଲ କିଚେନରେ ସୁବିଧା ପିଲାମାନଙ୍କ ବଦଳରେ ଓଲଟା ପାଇଲେ ବାବୁ ଓ କିଚେନ କତୃପକ୍ଷ |  ଦୀର୍ଘ ମାସ ଧରି ସେଣ୍ଟ୍ରାଲ କିଚେନର ମିଡ ଡେ ମିଲରେ କିପରି ନିମ୍ନ ମାନର ଖାଦ୍ୟ ଦିଆଯାଉଛି । ଯାହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। କେବଳ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକର ଖଟୁଲୁଗୁଡା, ନନ୍ଦରଲା, ପର୍ଯା ମୁଣ୍ଡିଗୁଡା, ମୁଣ୍ଡିଗୁଡା ଓ ଫଟାହାଣ୍ଡି ବିଦ୍ୟାଳୟରେ ବନ୍ଦ ରହିଛି ମଧ୍ୟାନ୍ନ ଭୋଜନ ବ୍ୟବସ୍ଥା | ସେହିପରି ଜୟପୁର ବ୍ଲକର ୪ଟି ସ୍କୁଲ ମିନା ଗୁଡା,ସଲାପା, ଧନପୁର,ସନଦାଶପୁର ସ୍କୁଲରେ ସେଣ୍ଟ୍ରାଲ କିଚେନ ବ୍ୟବସ୍ତାକୁ ମନା କରାଯାଇଥିବା ସୂଚନା ରହିଛି।

ବୋରିଗୁମ୍ମା ବ୍ଲକର ୧୩୨ ସ୍କୁଲର ୧୦ ହାଜର ୬୧୭ ଛାତ୍ରଛାତ୍ରୀ ଓ ଜୟପୁର ବ୍ଲକରେ ୧୪୫ ସ୍କୁଲର ୯ ହଜାର ୯୫୦ ଛାତ୍ର ଛାତ୍ରୀଙ୍କ ପାଇଁ ଖାଦ୍ୟ ଯୋଗାଇବାର ଦାଇତ୍ଵ ନେଇଛି ଏହି ସଂସ୍ଥା । କିନ୍ତୁ ଦାଇତ୍ଵ ନେବାଠାରୁ ହିଁ ତ୍ରୁଟି ଦେଖିବାକୁ ମିଳିଛି | ଅନ୍ୟପଟେ  ନିୟମକୁ ବଦଳାଇ ପାଚିକା ଆସି ସ୍କୁଲକୁ ରୋଷେଇ କରି ରନ୍ଧା ଖାଦ୍ୟ ଯୋଗାଉଥିଲେ ତାହା କରିବା ଭଲ ବୋଲି କହିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ଖାଦ୍ୟ ଯୋଗାଣ କାରୀ ସଂସ୍ଥାର ବିଚିତ୍ର ନିୟମ । ଆଉ ଏ ନିୟମରେ ପିଲାଙ୍କ ସୁବିଧା ନୁହେଁ ବରଂ ଟଙ୍କା ହରିଲୁଟର ଯୋଜନାବଦ୍ଧ ପଲିଶି ବୋଲି ଚର୍ଚ୍ଚା ଜୋର ଧରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In lieu of good food, poor quality food was available | Argus News