Videos
|
Odisha

6 ଦଫା ଦାବି ନେଇ ରାଜରାସ୍ତାରେ ମତ୍ସ୍ୟଜୀବୀ 

Manini Pattanayak
Browse all articles by Manini Pattanayak
·2 years ago·1 min read
6 ଦଫା ଦାବି ନେଇ ରାଜରାସ୍ତାରେ ମତ୍ସ୍ୟଜୀବୀ 

 ଭୁବନେଶ୍ୱର:  ରାଜଧାନୀରେ ମତ୍ସ୍ୟଜୀବୀଙ୍କ ଗର୍ଜନ। ଲୋୟର ପିଏମଜିରେ ଓଡି଼ଶା ମତ୍ସ୍ୟଜୀବୀ ମହାସଂଘର ବଡ଼ ଆନ୍ଦୋଳନ । 6 ଦଫା ଦାବି ନେଇ ପାରାଦୀପ, ଧାମରା ବନ୍ଦର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ମତ୍ସ୍ୟଜୀବୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଡିଜେଲ ଉପରୁ ଟିକସ ଛାଡ଼, ସମୁଦ୍ର ମୁହାଣର ନିୟମିତ ଡ୍ରେଜିଂ, ସମୁଦ୍ରକୁ ବିଷାକ୍ତ ଜଳ ନିଷ୍କାସନ ଉପରେ ରୋକ୍, କଇଁଛ ସୁରକ୍ଷା ଆଳରେ ମତ୍ସ୍ୟଜୀବୀଙ୍କ ଉପରେ ଅତ୍ୟାଚାର ବନ୍ଦ ସହିତ ମତ୍ସ୍ୟଜୀବୀ କଲ୍ୟାଣ ପାଣ୍ଠି ଗଠନ କରି ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି।

ସରକାରୀ କଟକଣା ଓ ଅନ୍ୟାନ୍ୟ ସମସ୍ୟା ପାଇଁ ସେମାନଙ୍କ ଜୀବିକା ବିପନ୍ନ ହୋଇପଡ଼ିଛି। ମତ୍ସ୍ୟ ଶିଳ୍ପର ବର୍ତ୍ତମାନ ସ୍ଥିତି ଏବଂ ମତ୍ସ୍ୟଜୀବୀଙ୍କ ବିଭିନ୍ନ ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଏନେଇ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ସରକାର ଏନେଇ କୌଣସି ପଦକ୍ଷେପ ନନେଲେ ୧୨ ଲକ୍ଷ ମତ୍ସ୍ୟଜୀବୀ ପରିବାର ରାଜରାସ୍ତାକୁ ଓହ୍ଲାଇବା ସହ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
In Lower PMG, there is a big movement of the odisha fishrerman Maha Sangha. | Argus News