ମୋଦିଙ୍କ ଫୋକସରେ ଦେଶର 4 ସ୍ତମ୍ଭ ମହିଳା, ଗରିବ, କୃଷକ ଓ ଯୁବକ

ଅର୍ଗସ ବ୍ୟୁରୋ: ସପନେ ନେହିଁ ସଚ ବୁନତେ ହେଁ। ଇସିଲିଏ ସବ୍ ମୋଦିକୋ ଚୁନତେ ହେଁ। ପ୍ରଧାନମନ୍ତ୍ରୀଙ୍କୁ ନେଇ ବିଜେପିର ଏହି ସ୍ଲୋଗାନର ଆସନ୍ତାକାଲି ମିଳିବାକୁ ଯାଉଛି ଆଉ ଏକ ବଡ଼ ପ୍ରମାଣ। ତିନି ବର୍ଷ ପୂର୍ବରୁ କରିଥିଲେ ଭିତ୍ତି ସ୍ଥାପନ ଆଉ ଆସନ୍ତାକାଲି IIMର ଉଦଘାଟନ। ଏଥିପାଇଁ ସମ୍ବଲପୁର ଆସୁଛନ୍ତି ନରେନ୍ଦ୍ର ମୋଦି।
ପଶ୍ଚିମଓଡ଼ିଶାର ପ୍ରାଣକେନ୍ଦ୍ରରେ ଜନତାଙ୍କ ସହ ସିଧାସଳଖ ସମ୍ବାଦ କରିବେ ପ୍ରଧାନମନ୍ତ୍ରୀ। ନିଜ ଶାସନ କାଳର ଦ୍ବିତୀୟ ପାଳିର ଶେଷ ବଜେଟ ଉପସ୍ଥାପନ ପରେ ପ୍ରଥମ ଥର ମୋଦି କରିବେ ଜନସଭାକୁ ସମ୍ବୋଧନ। ଏଥର ବଜେଟରେ ପ୍ରତିଫଳିତ ହୋଇଛି ଦେଶକୁ ବଡ଼ ଅର୍ଥନୀତି କରିବା ନେଇ ମୋଦି ସରକାରଙ୍କ ସଂକଳ୍ପ। ମହିଳା, ଗରିବ, କୃଷକ ଓ ଯୁବକ ସମାଜର ଏହି ଚାରି ପ୍ରମୁଖ ସ୍ତମ୍ଭ ଉପରେ ରହିଛି ପ୍ରଧାନମନ୍ତ୍ରୀଙ୍କ ଫୋକସ୍ । ଓଡ଼ିଶାବାସୀଙ୍କୁ କି ଆହ୍ବାନ ଦେବେ, 24 ନିର୍ବାଚନ ପୂର୍ବରୁ ଦେଶକୁ କି ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ତା ଉପରେ ରହିଛି ସମସ୍ତଙ୍କ ନଜର।
ଦେଶରୁ ନେଇ ବିଶ୍ବ, ଅର୍ଥନୀତିରୁ ନେଇ କୂଟନୀତି ମୋଦିଙ୍କ ନେତୃତ୍ବରେ ଲଗାତାର ବିଜୟ ପତାକା ଉଡ଼ାଇ ଚାଲିଛି ଭାରତ। ବିଶ୍ବର ବଡ଼ ଅର୍ଥନୀତି କରିବା ସହ ଦେଶର ଗରିବ ଓ ସାଧାରଣ ଜନତାଙ୍କୁ ମହତ୍ବାକାଂକ୍ଷୀ ଯୋଜନା ମାଧ୍ୟମରେ ପ୍ରଧାନମନ୍ତ୍ରୀ କରିଛନ୍ତି ସଶକ୍ତ। ମୋଦି ପାଲଟିଛନ୍ତି ଅଦ୍ବିତୀୟ ନେତା। ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଆଉ 24 ମହାଲଢ଼େଇ ଆସୁଆସୁ ବିରୋଧୀଙ୍କ ଶିବିରରେ କମ୍ପନ। ଯୁଦ୍ଧ ପୂର୍ବରୁ କଂଗ୍ରେସ ସମେତ INDI ମେଣ୍ଟର ତମାମ ବିରୋଧୀ ଦେଇଛନ୍ତି ଛତ୍ରଭଙ୍ଗ। ଓଡ଼ିଶାରେ ବି ଶୀର୍ଷରେ ମୋଦିଙ୍କ ଲୋକପ୍ରିୟତା। ଏଥିପାଇଁ କଣ କହିବେ ପ୍ରଧାନମନ୍ତ୍ରୀ ତାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ରାଜ୍ୟର ଜନତା।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସମ୍ବଲପୁରରେ ପହଞ୍ଚି ପ୍ରସ୍ତୁତି ନିରୀକ୍ଷଣ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ। ଉଦଘାଟନ ହେବାକୁ ଥିବା IIM କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର