Videos
|
Odisha

ଟାଙ୍କି ଅଛି ହେଲେ ଆସୁନି ପାଣି, ସାହାରା ସାଜିଛି ପୋଖରୀ ପାଣି

Manini Pattanayak
Browse all articles by Manini Pattanayak
·2 years ago·2 min read
ଟାଙ୍କି ଅଛି ହେଲେ ଆସୁନି ପାଣି, ସାହାରା ସାଜିଛି ପୋଖରୀ ପାଣି

ନୟାଗଡ: ଟାଙ୍କି ଅଛି କିନ୍ତୁ ଆସୁନି ପାଣି। ଦୀର୍ଘ ଦିନ ହେବ ଜଳ ଯନ୍ତ୍ରଣାରେ ଛଟପଟ ଅଂଚଳ ବାସି॥ ପାଇପ ଯୋଗେ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ବସୁଧା ଯୋଜନା l ବାସ୍ତବରେ ଏହି ଯୋଜନା କେତେ ସଫଳ ତାହା ନୟାଗଡ ଜ଼ିଲ୍ଲା ରଣପୁରରୁ ଦେଖିବାକୁ ମିଳିଛି।  
24ବର୍ଷର ସ୍ଥିର ସରକାର ରେ ସୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ଅପାରଗ ସରକାର, ଗାଁ ଗାଁରେ ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା। ଟାଙ୍କି ଅଛି ହେଲେ ଆସୁନି ପାଣି, ସାହାରା ସାଜିଛି ପୋଖରୀ ପାଣି ।

 ନୟାଗଡ ରଣପୁର ବ୍ଲକ କୁଳସର ଗାଁରେ ରାତି ପାଇଲେ ପାଣି ପାଇଁ ଲାଗେ ସଂଘର୍ଷ l ପାଣି ପାଇଁ ପ୍ରତିଦିନ ଏଠି ଏମିତି ସଂଗ୍ରାମ ଦେଖିବାକୁ ମିଳେ। ରାତି ପାହିଲେ ମାଳ ମାଳ ମହିଳା ଗରା ବାଲଟି ଧରି ପୋଖରୀରୁ ପାଣି ଆଣିଥାନ୍ତି। ପାନୀୟ ଜଳ ଯୋଗାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ ବସୁଧା ଯୋଜନା ଏଠାରେ ପ୍ରକଳ୍ପ ନିର୍ମାଣ ହୋଇଛି। ଚାଳିଶ ହଜାର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ ହୋଇଛି l ମାତ୍ର ନିର୍ମାଣର କେତେ ବର୍ଷ ପରେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ କୁଳସର ପଂଚାୟତବାସୀ।

ସେପଟେ ଗାଁରେ  ଦୁଇଟି ନଳକୂଅ ଥିବାବେଳେ ଗୋଟିଏ ନଳକୂଅରୁ ଦୂଷିତ ପାଣି ବାହାରୁଥିବାବେଳେ ଅନ୍ୟଟି ଅଚଳ ହୋଇପଡିଛି l ଫଳରେ ପୋଖରୀ ଉପରେ  ନିର୍ଭର କରନ୍ତି ଗ୍ରାମର 40ରୁ ଉର୍ଦ୍ଧ ପରିବାର l  ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ବିଶୁଦ୍ଧ ପାନୀୟ ଜଳ ଟୋପେ ଯୋଗାଇପାରିଲେନି ସ୍ଥାନୀୟ bjd ବିଧାୟକ ସତ୍ୟନାରାୟଣ ପ୍ରଧାନ l  ଦୂଷିତ ପାନୀୟ ଜଳରେ ଶୋଷ ମେଣ୍ଟନ୍ତି ଏଠାକାର ଲୋକେ l ଏମିତି ବି ଦୂଷିତ ପାଣି ପିଇ ଲୋକେ ରୋଗାକ୍ରାନ୍ତ ହେଉଥିବା ଜଣାପଡିଛି l ପାଣି ପାଇଁ ଗ୍ରାମବାସୀ ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ ହୋଇନି ସମସ୍ୟାର ସମାଧାନ l ଏଠି ପ୍ରଶ୍ନ ଉଠୁଛି ବସୁଧା ଯୋଜନା କାହାପାଇଁ l କଣ କରୁଛି ୨୪ ବର୍ଷର ସ୍ଥାୟୀ ସରକାର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡିଶା ଖବର