Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ରୂପ ନେବ ଘୂର୍ଣ୍ଣିଝଡ଼

Ritu Das
Browse all articles by Ritu Das
·1 year ago·2 min read
ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ରୂପ ନେବ ଘୂର୍ଣ୍ଣିଝଡ଼

ଅର୍ଗସ ବ୍ୟୁରୋ: ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ନେଇ ସ୍ପଷ୍ଟ କଲା ପାଣିପାଗ ବିଭାଗ। ଯାହାର ନା ରହିଛି "ଦାନା" । ଗତକାଲି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ  ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ରୂପ ନେବ। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଲଘୁଚାପର ରୂପ ନେବ। ପରେ  ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା  ସହ ୨୨ ତାରିଖ ସକାଳ ସୁଦ୍ଧା ଅବପାତ ରୂପ ନେବ ଲଘୁଚାପ। ପରେ ୨୩ ସକାଳ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ରେ ବାତ୍ୟାର ରୂପ  ନେବ ଲଘୁଚାପ। ପରେ ଏହା ଉତ୍ତର ପଶ୍ଚିମ  ଦିଗକୁ ଗତି କରି ୨୪ ତାରିଖ ସକାଳ ସୁଦ୍ଧା ଉତ୍ତରପଶ୍ଚିମ ବଙ୍ଗୋପସାଗର ନିକଟସ୍ଥ ସମୁଦ୍ର ମଧ୍ୟରେ ଓଡିଶା-ପଶ୍ଚିମବଙ୍ଗ ନିକଟରେ ପହଞ୍ଚିବାର ବା  ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଥିବା ପୂର୍ବାନୁମାନ  କରିଛି  ପାଣିପାଗ  ବିଭାଗ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ବଢିବ ବର୍ଷା । 

୩ ଦିନ ଅର୍ଥାତ ୨୩ ରୁ ୨୫  ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଥିବା  ବେଳେ  ୨୪ ଓ ୨୫ ତାରିଖରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା  ହେବାର ସମ୍ଭାବନ ଦେଇଛି  ପାଣିପାଗ ବିଭାଗ । ୨୪ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ହେବାକୁ ଥିବା  ବେଳେ ବିଶେଷ କରି ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ,ପୁରୀ , ଖୋର୍ଦ୍ଧା ଏବଂ ଗଜପତି ଜିଲ୍ଲାରେ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୨୫ ତାରିଖରେ  ପ୍ରବଳରୁ  ଅତି ପ୍ରବଳ ବର୍ଷା  ସହ ଭୀଷଣ ବର୍ଷାର ସମ୍ଭାବନା  ରହିବନି। 

ବିଶେଷ କରି ଭୀଷଣ  ବର୍ଷା ପୁରୀ, ଖୋର୍ଦ୍ଧା,ଗଞ୍ଜାମ ଓ ଜଗତସିଂପୁର ସହ କେନ୍ଦ୍ରାପଡା, କଟକ, ନୟାଗଡ ,ଖୋର୍ଦ୍ଧା ଓ ଗଞ୍ଜାମରେ  ପ୍ରବଳରୁ  ଅତି ପ୍ରବଳ ଓ  ଭଦ୍ରକ ବାଲେଶ୍ୱର ଯାଜପୁର ଢେଙ୍କାନାଳ ଅନୁଗୁଳ ବୌଦ୍ଧ କନ୍ଧମାଳ ରାୟଗଡା କୋରାପୁଟ ମାଲକାନଗିରି  ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।୨୬ରେ ପ୍ରବଳ ବର୍ଷା  ସହ  ୨୭ରେ ବି କାଁ ଭାଁ  ସ୍ଥାନରେ ପ୍ରବଳ ବର୍ଷା ରହିବ। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୭ ତାରିଖ ଯାଏ ରାଜ୍ୟରେ ବର୍ଷା ଥିବାବେଳେ ପରେ ବର୍ଷାର ପରିମାଣ କମିପାରେ  ବୋଲି  ପୂର୍ବାନୁମାନ କରିଛି  ପାଣିପାଗ ବିଭାଗ ।
ତେବେ ଅକ୍ଟୋବର ମାସ ବାତ୍ୟାକୁ ସୁହାଇଥାଏ। କିନ୍ତୁ ଏଯାଏଁ ବାତ୍ୟାର ପ୍ରଭାବ କେତେ ରହିବ ତାହା ସ୍ପଷ୍ଟ  ହୋଇନଥିବା ବେଳେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟହେବ ଓ ଏହାର ଦିଗ ବା ଗତିପଥ ସ୍ପଷ୍ଟ ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ କହିଛି । ଲଘୁଚାପ ସମୟରେ ୪୫ ରୁ ୫୦ ବା  ସର୍ଵଚ ୬୫ ମି.ମି. ବର୍ଷା ରହିବା ସହ ସ୍ଥଳଭାଗ ଛୁଇଁବା ପରେ ୧୦୦ରୁ ୧୨୦ କିମି ପବନ ବହିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ପବନର ବେଗକୁ ନେଇ ସମୁଦ୍ର ଅଶାନ୍ତ ରହିବ ତେଣୁ ଆଜିସୁଦ୍ଧା ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ଆଜିଠାରୁ ୨୫ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ  ଆସନ୍ତା ୨୪ରେ ରାଜ୍ୟରେ  ବଡ ବର୍ଷା ନଥିବାବେଳେ କାଁଭାଁ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା  ଦେଇଛି  ପାଣିପାଗ ବିଭାଗ। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Sponsored
In next 24 hours | Argus News