Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଓଡ଼ିଶାରେ ଷ୍ଟାର୍ଟଅପ୍ ଭବିଷ୍ୟତ ସଜାଡ଼ିବାକୁ ପ୍ରୟାସ ଆରମ୍ଭ

Odisha

ଓଡ଼ିଶାରେ ଷ୍ଟାର୍ଟଅପ୍ ଭବିଷ୍ୟତ ସଜାଡ଼ିବାକୁ ପ୍ରୟାସ ଆରମ୍ଭ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଓଡ଼ିଶାରେ ଷ୍ଟାର୍ଟଅପ୍ ଭବିଷ୍ୟତ ସଜାଡ଼ିବାକୁ ପ୍ରୟାସ ଆରମ୍ଭ

ଅର୍ଗସ ବ୍ୟୁରୋ:  ଭୁବନେଶ୍ୱର IIT ପାର୍କରେ ହଣ୍ଡ୍ରେଡ୍ କ୍ୟୁବ୍ ଷ୍ଟାର୍ଟଅପ୍ କନକ୍ଲେଭ୍‌ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ କହିଛନ୍ତି, ଏକ ଭାରତ, ଶ୍ରେଷ୍ଠ ଭାରତର ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏବେ ସାରା ବିଶ୍ଵ ଭାରତକୁ ଦେଖୁଛି । ବୈଶ୍ଵିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ କାମ କରୁଛନ୍ତି । ମହିଳାଙ୍କ ନେତୃତ୍ବରେ ତିଆରି ହେବ ବିକଶିତ ଭାରତ । ଦେଶରେ  ଷ୍ଟାର୍ଟ ଅପ୍ ସଂଖ୍ୟା 1 ଲକ୍ଷ 20 ହଜାରରେ ପହଞ୍ଚିଲାଣି । ଦେଖୁ ଦେଖୁ 10ରୁ 15 ଲକ୍ଷ ଷ୍ଟାର୍ଟ ଅପ୍ ତିଆରି ହୋଇଯିବ । ଏଥିରେ ଓଡ଼ିଶାର ମଧ୍ୟ ଅନେକ ଷ୍ଟାର୍ଟ ଅପ୍ ସ୍ଥାନ ପାଇବ । ବିଶ୍ବର କୋଣ ଅନୁକୋଣରେ ଥିବା ସମସ୍ତ ଓଡ଼ିଆଙ୍କୁ ଷ୍ଟାର୍ଟ ଅପ୍ କରିବା ଦିଗରେ ଆହ୍ଵାନ ଦେବା ସହ ଓଡ଼ିଶାର ଷ୍ଟାର୍ଟ ଅପ୍ ବିଶ୍ଵ ସ୍ତରକୁ ଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

କାର୍ଯ୍ୟକ୍ରମରେ ପିଲାଙ୍କର ବିଭିନ୍ନ ପ୍ରୋଜେକ୍ଟ ବୁଲି ଦେଖିଥିଲେ କେନ୍ଦ୍ରମନ୍ତ୍ରୀ । ଆଇଆଇଟି ଭୁବନେଶ୍ବରର ୧୫୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମର ଉଦଘାଟନ ସହ ୪୫୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଧର୍ମେନ୍ଦ୍ର । ଏଥିସହ ପ୍ରାୟ ୨୦ଟି ଶିଳ୍ପସଂସ୍ଥା, ୩୦ଟି ଷ୍ଟାର୍ଟଅପ୍ ଏବଂ ୩୦ ପୁଞ୍ଜିନିବେଶକାରୀଙ୍କ ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କମ୍ପାନୀର ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହ ଫିନଲାଣ୍ଡ, ଆମେରିକା, କେନିଆ ଭଳି ଦେଶରୁ ପ୍ରତିନିଧି ଯୋଗ ଦେଇଥିଲେ ।

୧୦୦-କ୍ୟୁବ୍ ଷ୍ଟାର୍ଟ ଅପ୍ ପଦକ୍ଷେପ ଆଇଆଇଟି ଭୁବନେଶ୍ବରକୁ ଓଡ଼ିଶାର ଏକ ଉଦ୍ୟୋଗ ହବ୍ ଭାବେ ପ୍ରତିଷ୍ଠିତ କରିବ । ଏଥିସହ ଦେଶରେ ଷ୍ଟାର୍ଟ ଅପ୍ ସଂସ୍କୃତି ପ୍ରତିପୋଷଣ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ଉଭାହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Painting
Sponsored
In Odisha, efforts are underway to shape the future of startups | Argus News