ଓଡିଶାରେ ଡବଲ ଇଞ୍ଜିନରେ ଟ୍ରାକରେ ଦ୍ରୁତ ଗତିରେ ଗଡିବ ଟ୍ରେନ

- ଓଡିଶାରେ ଡବଲ ଇଞ୍ଜିନରେ ଟ୍ରାକରେ ଦ୍ରୁତ ଗତିରେ ଗଡିବ ଟ୍ରେନ
- ଜମି ଅଧିଗ୍ରହଣ-ଆଇନଶୃଙ୍ଖଳା ଆଉ ହେବନାହିଁ ରେଡ୍ ସିଗନାଲ୍
- ପୂର୍ବୋଦୟ ବିକାଶରେ ଭିତ୍ତିବୂମୀକୁ ପ୍ରଧାନମନ୍ତ୍ରୀଙ୍କ ଫୋକସ୍
- ରେଳ-ସଡ଼କ-ବିମାନ-ଜଳପଥ ବିକାଶରେ ଦୌଡିବ ଓଡ଼ିଶାର ଅର୍ଥନିତୀ
- ଓଡିଆ ଲୋକଙ୍କୁ 15 ହଜାର କୋଟିର ଉପହାର ଦେଲେ ମୋଦି
- କେନ୍ଦ୍ର କ୍ୟାବିନେଟରେ ରାଜ୍ୟର 6 ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ
- ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
- ନୂଆ ଭିତ୍ତିଭୂମିର ଢାଞ୍ଚା ପୂର୍ବୋଦୟ ଯୋଜନାରେ ସାକାର ହେବ କହିଲେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ବଢିବ ରେଳ ସାନ୍ଦ୍ରତା । ଯାତ୍ରୀ ପରିବହନ ସହ ମାଲ ପରିବହନକୁ ଅଧିକ କ୍ରୀୟାଶିଳ କରିବାକୁ କେନ୍ଦ୍ର ସରକାର ନେଇଛନ୍ତି ବଡ ପଦକ୍ଷେପ । କେନ୍ଦ୍ର କ୍ୟାବିନେଟରେ ରାଜ୍ୟର 6 ରେଳ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ । କ୍ୟାବିନେଟ ମୋହର ମାରିଥିବା ଓଡ଼ିଶା ର 6 ପ୍ରକଳ୍ପ ପାଇଁ ପ୍ରଥମ ପର୍ଯାୟ ରେ ଖର୍ଚ୍ଚ ହେବ 15 ହଜାର କୋଟି ଟଙ୍କା । ଏହି ପ୍ରକଳ୍ପ ଦ୍ବାରା କେନ୍ଦୁଝର, ମୟୁରଭଞ୍ଜ,କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଭଳି ଜିଲ୍ଲା ବେଶ ଉପକୃତ ହେବ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ନିଜ ଜିଲ୍ଲା ମୟୁରଭଞ୍ଜର ବାଦାମ ପାହାଡ଼ ରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଜିଲ୍ଲା କେନ୍ଦୁଝର କୁ ସଂଯୋଗ କରିବ ରେଳ ଲାଇନ ।
ଓଡ଼ିଶା ପ୍ରତି ରେଳ ବିଭାଗ ତରଫ ରୁ ଓଡ଼ିଶାରେ ରେଳ ଉନ୍ନତି ପାଇଁ ଯେଉଁ 6 ଟି ପ୍ରକଳ୍ପ ହୋଇଛି ସେଥିପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶା ର ସଂଯୋଗ ଏବଂ ଉତ୍ତର ଓଡ଼ିଶା କୁ ଝାଡଖଣ୍ଡ ସହ ସଂଯୋଗ ଏକ ଭଲ ପଦକ୍ଷେପ । ସେହିପରି କଳାହାଣ୍ଡି, ନବରଙ୍ଗପୁର, ରାୟଗଡା କୋରାପୁଟ, ମୟୁରଭଞ୍ଜ ଜିଲ୍ଲା ରେ ଆର୍ଥିକ ବିକାଶ କ୍ଷେତ୍ର ରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଲୋକସେବା ଭବନ ରେ ଭିଡିଓ କନଫରସିଂ ରେ ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ କହିଛନ୍ତି ମୁଁ ଦିଲ୍ଲୀ ଯାଇଥିଲି ଆପଣ ଡାକି 5 ମିନିଟ ବସେଇ ଗୋଟିଏ ଚା ପିଆଥିଲେ । ସେହି 5 ମିନିଟ ଚା ରେ 6 ରେଳ ପ୍ରକଳ୍ପ ଯାହା ଦ୍ବାରା ଓଡ଼ିଶାରେ ହେବ ଡବଲ ବିକାଶ । ତେବେ ପୂର୍ବରୁ ଜମି ଅଧିଗ୍ରହଣ ପାଇଁ କାମ ବିଳମ୍ବ ହେଉଥିବା ବେଳେ ବର୍ତ୍ତମାନର ସରକାର ଙ୍କ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ରହିବ ଯଥା ସମୟ ରେ କାର୍ଯ୍ୟ ପୂରଣ ପାଇଁ ସହଯୋଗ କରିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ନବରଙ୍ଗପୁର, କେନ୍ଦୁଝର, କଳାହାଣ୍ଡି, ମୟୂରଭଞ୍ଜ ସାଂସଦ ।
ପୂର୍ବରୁ କେନ୍ଦ୍ରର ୟୁପିଏ ଅର୍ଥାତ କଂଗ୍ରେସ ସରକାର ସମୟରେ ଓଡିଶାକୁ ବାର୍ଷିକ ରେଳ ଅନୁଦାନ 800 କୋଟି ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନର ଏନଡିଏ ଅର୍ଥାତ ମୋଦି ସରକାର ବାର୍ଷିକ 10 ହଜାର କୋଟିରୁ ଅଧିକ ଟଙ୍କାର ଅନୁଦାନ ଦେଉଛନ୍ତି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: