Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ବି ବଢ଼ିଲା ମତଦାନ ହାର

Odisha

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ବି ବଢ଼ିଲା ମତଦାନ ହାର

Ritu Das
Browse all articles by Ritu Das
·2 years ago·1 min read
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ବି ବଢ଼ିଲା ମତଦାନ ହାର

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ବି ବଢ଼ିଲା ମତଦାନ ହାର । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ତୃତୀୟ ପର୍ଯ୍ୟାୟରେ 71 ପ୍ରତିଶତ ମତଦାନ ହୋଇଛି । 2019 ତୁଳନାରେ ୨୦୨୪ରେ ଭୋଟରଙ୍କ ଉତ୍ସାହ ଦେଖିବାକୁ ମିଳିଛି। ବହୁ ହେଭିୱେଟଙ୍କ ଭାଗ୍ୟ EVMରେ ସିଲ୍ ହୋଇଛି । ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସିଇଓଙ୍କ ସମେତ ଗଜପତି ବି ହୋଇଛନ୍ତି ଗଣତନ୍ତ୍ର ପର୍ବରେ ସାମିଲ । ରାଜ୍ୟର ସମ୍ବଲପୁର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଓ କେନ୍ଦୁଝର ଲୋକସଭା ଆସନ ଅନ୍ତର୍ଗତ 42ଟି ବିଧାନସଭା ଆସନ ପାଇଁ ପଡ଼ିଛି ଭୋଟ୍।

ତୃତୀୟ ପର୍ଯ୍ୟାୟରେ ସର୍ବାଧିକ ଫୋକସରେ ରହିଥିଲା ସମ୍ବଲପୁର ସଂସଦୀୟ କ୍ଷେତ୍ର। ଏଠାରୁ ନିର୍ବାଚନ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ତାଙ୍କ ବିପକ୍ଷରେ ବିଜେଡିରୁ  ପ୍ରାର୍ଥୀ ହୋଇଛନ୍ତି ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏହାଛଡ଼ା କଟକରୁ ଭର୍ତ୍ତୃହରି ମହତାବ, ଭୁବନେଶ୍ବର ଲୋକସଭା ଆସନରୁ ଅପରାଜିତା ଷଡ଼ଙ୍ଗୀ ଓ ପୁରୀରୁ ସମ୍ବିତ ପାତ୍ରଙ୍କ ଭାଗ୍ୟର ମଧ୍ୟ ଫଇସଲା ହୋଇଛି।

ସେହିପରି ବିଧାନସଭା କଥା ଦେଖିଲେ ବିଜେପିରୁ ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ନାଉରୀ ନାଏକ, ରବି ନାଏକ, ସୁବାସ ପାଣିଗ୍ରାହୀ, ସଞ୍ଜୀବ ସାହୁ ଓ ସୁରମା ପାଢ଼ୀଙ୍କ ପରି ଭେଟରାନ ମୈଦାନରେ ଥିବା ବେଳେ ବିଜେଡି ହେଭିୱେଟ୍ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା, ଅରୁଣ ସାହୁ, ସଞ୍ଜୟ ଦାସବର୍ମାଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ଏମାନଙ୍କ ବାଦ୍ ଆନନ୍ଦପୁରରେ କଂଗ୍ରେସରୁ ଟାଣୁଆ ନେତା ଜୟଦେବ ଜେନା ଏବଂ ଘସିପୁରାରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଭାଗ୍ୟ ପରୀକ୍ଷା ହୋଇସାରିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus Whatsapp Channel Mobile Top
Sponsored
In Odisha, the voting | Argus News