Argus News - ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି -ଡିଲେଶ୍ୱର ପ୍ରଧାନ ଜିଲ୍ଲା ସଭାପତି
ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି -ଡିଲେଶ୍ୱର ପ୍ରଧାନ ଜିଲ୍ଲା ସଭାପତି
By: Smruti Parija
Odisha, Politics| Mon, Nov 13 | 8:17 am
Highlights
Ø ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି
Ø ଗ୍ରାମ ସଭା ହେଉନାହିଁ ଓ ପଂଚାୟତରେ ସରପଂଚ, ସମିତି ସଭ୍ୟମାନଙ୍କର କ୍ଷମତାକୁ ମଧ୍ୟ ହଡପ କରିନିଆଯାଇଛି
Ø ପଂଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠି ଖୁଲମଖୁଲା ଦୁର୍ନୀତି ଓ ପିସି କାରବାର ଚାଲିଛି
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଦୁର୍ନୀତି ଚରମ ସୀମାରେ ପହଂଚିଛି । ସବୁ କାର୍ଯ୍ୟାଳୟରେ ଦୁର୍ନୀତି ,ବିନାଲାଞ୍ଚ ରେ କାମ ହେଉନି । ସବୁ କାର୍ଯ୍ୟରେ ୫୦% ପିସି । ଦୁର୍ନୀତିର ଗନ୍ତାଘର ସାଜିଛି ବ୍ଲକ କାର୍ଯ୍ୟାଳୟ ବୋଲି ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ପ୍ରକାଶ କରିଛନ୍ତି । ଆଗାମୀ ନଭେମ୍ବର୧୬ରୁ ୧୮ ମଧ୍ୟରେ ଅନୁଗୁଳ ଜିଲ୍ଲାର ସମସ୍ତ ବ୍ଲକ ଘେରାଉ କରିବ ବିଜେପି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
୨୩ ବର୍ଷର ଶାସନରେ ଓଡିଶା ଯଦି କ’ଣ ପାଇଛି ତାହା ହେଉଛି ଦୁର୍ନୀତି, ଭ୍ରଷ୍ଟାଚାର, ମହିଳା ବିରୋଧୀ ହିଂସା ଏବଂ ଏକ ଅଗଣତାନ୍ତ୍ରିକ ଓ ଅଣ ରାଜନୈତିକ ପଦ୍ଧତିରେ ଚାଲୁଥିବା ଏକ ଶାସନ ବ୍ୟବସ୍ଥା । ଆଜି ପଂଚାୟତରୁ ନେଇ ବ୍ଲକ, ଜିଲ୍ଲା ସ୍ତରୀୟ ଅଫିସରୁ ନେଇ ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ଖୁଲମଖୁଲା ଦୁର୍ନୀତି, ପିସି କାରବାର ଚାଲିଛି । ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ସରକାରଙ୍କ ଗୁମାସ୍ତାମାନେ ଏବେ ସାଧାରଣ ଓଡିଆ ଲୋକଙ୍କ ତଣ୍ଟି ଚିପିବା ପାଇଁ ବସିଛନ୍ତି । କେବଳ ବିଜ୍ଞାପନରେ ବଂଚିଛନ୍ତି ସରକାର । ଓଡିଶାରେ ସରକାରୀ ବିରୋଧୀ ଜନଆକ୍ରୋଶ ହେଉଛି ଆମର ପୁଞ୍ଜି ।
ଦୁଇ ମାସ ତଳେ ଭାରତୀୟ ଜନତା ପାର୍ଟି ସାରା ରାଜ୍ୟରେ ସମସ୍ତ ପଂଚାୟତରେ ଦୁର୍ନୀତି, ଅପାରଗତା, ଭ୍ରଷ୍ଟାଚାର ବିରୋଧରେ ଘେରାଉ କାର୍ଯ୍ୟକ୍ରମ କରିଥିଲା । ପଂଚାୟତରେ ହୋଇଥିବା ଏହି ଘେରାଉ କାର୍ଯ୍ୟକ୍ରମରେ ଦଳକୁ ମିଳିଥିବା ଅଭୂତପୂର୍ବ ଜନସମର୍ଥନ ଯାହା ପ୍ରମାଣିତ କରୁଛି ଯେ, ସାଧାରଣ ଲୋକଙ୍କ ମନରେ ଏହି ସରକାର ବିରୋଧରେ ଏକ ବିପୁଳ ଜନଆକ୍ରୋଶ ଭରପୁର ହୋଇ ରହିଛି । ସାଧାରଣ ଲୋକଙ୍କ ହକ୍ ଅଧିକାର ପାଇଁ ଆମର ଏହି ଲଢେଇ ଜାରି ରହିବ ।
ଆମର ମୁଖ୍ୟ ପ୍ରସଙ୍ଗ ହେଉଛି ଯେ, ରାଜ୍ୟରେ ପଂଚାୟତରୁ ନେଇ ବ୍ଲକ, ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଚାଲିଥିବା ୫୦% ପିସି କାରବାର । ଆମ ଓଡିଶା ନବୀନ ଓଡିଶାରେ ହେଉଥିବା ସମସ୍ତ କାମରେ ୫୦% ପିସି କାରବାର କରାଯାଇ ବିଜୁ ଜନତା ଦଳର କର୍ମୀମାନଙ୍କୁ ନିର୍ବାଚନ ଆଗରୁ ପଇସା ପହଂଚାଯାଉଛି । ସାଧାରଣ ଲୋକଙ୍କ ପାଇଁ ଆସିଥିବା ଅର୍ଥକୁ ଲୁଟ୍ପାଟ୍ କରାଯାଉଛି । ରାଜ୍ୟରେ ଦୁର୍ନୀତିର ସୀମା ଲଘିଂଛି । କେବଳ ବଡ ବଡ କୋଠା ନିର୍ମାଣ ହେଉଛି ଓଡିଶା ବାହାରର ଠିକା ସଂସ୍ଥାକୁ ପୋଷିବା ପାଇଁ । ଆଉ ଏପଟେ ରାଜ୍ୟ ସରକାର ସମସ୍ତଙ୍କ ପାଖରେ ପିଇବା ପାଣି ଟୋପେ ଦେଇପାରୁନାହାଁନ୍ତି ।
ସାମାନ୍ୟ ଭତ୍ତା, ରାସନ କାର୍ଡ,ପାଇଖାନା ଓ ପକ୍କାଘରଟିଏ ପାଇବା ପାଇଁ ଲାଂଚ ଦେବାକୁ ପଡୁଛି । ୨୦ ହଜାର ଟଙ୍କା ଲାଞ୍ଚ ନଦେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନି, ୧ହଜାର ଟଙ୍କା ଲାଂଚ ନଦେଲେ ଭତା ମିଳୁନି, ୫ହଜାର ଟଙ୍କା ନଦେଲେ ରେସନ କାର୍ଡ ମିଳୁନି । ସେହିପରି ପାଇଖାନାରେ ୨ହଜାର ଟଙ୍କା ଲାଂଚ ଦେବାକୁ ପଡୁଛି । ଆଜି ପଂଚାୟତରେ ସରପଂଚ, ସମିତି ସଭ୍ୟମାନଙ୍କର କ୍ଷମତାକୁ ହଡପ କରିନିଆଯାଇଛି । ଆଜି ସେମାନେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ବିଧାୟକ, ସାଂସଦ, ମନ୍ତ୍ରୀମାନେ ଗୁମାସ୍ତାଙ୍କ ପାଇଁ ଟେଂଟ ବାନ୍ଧୁଛନ୍ତି । ଓଡିଶାରେ କ’ଣ ହେବ ନହେବ ସବୁ ନିଷ୍ପତି ନେଉଛନ୍ତି କିଛି ମୁଷ୍ଟିମେୟ ଅଫିସରମାନେ ।
କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରୟାସ ରେ ୧୮ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଓଡିଶା ପାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ରେ ଅନୁଗୁଳ ଜିଲ୍ଲା କୁ ୬୦ ହଜାର କୋଟି ଟଙ୍କା ମିଳିପାରିଛି। ଜନସାଧାରଣଙ୍କ ଅର୍ଥର ଦୁରୂପଯୋଗ ହୋଇଥିବାରୁ ସିଏଜି ରାଜ୍ୟ ସରକାରଙ୍କ ବିରୋଧରେ “ଫ୍ରଡ ବା ଧୋକାବାଜ” ଭଳି କଟୁ ଶବ୍ଦ ବ୍ୟବହାର କରିଛନ୍ତି । ସିଏଜି ତଥ୍ୟ ଅନୁଯାୟୀ ଗ୍ରାମସଭା ଦ୍ୱାରା ଚୟନ କରାଯାଇଥିବା ୮ ଲକ୍ଷ ୫୯ ହଜାର ବ୍ୟକ୍ତିଙ୍କୁ ହିତାଧିକାରୀ ତାଲିକାରୁ ବେଆଇନଭାବେ ବାଦ୍ ଦିଆଯାଇଛି । ସମସ୍ତ ଯୋଗ୍ୟତା ସତ୍ୱେ ପ୍ରସ୍ତୁତ ତାଲିକାରୁ ୯୭.୫ ପ୍ରତିଶତ ଦିବ୍ୟାଙ୍ଗ ଓ ଭୂମିହୀନଙ୍କ କ୍ଷେତ୍ରରେ ୩୦ ପ୍ରତିଶତ ପକ୍କାଘର ପାଇପାରିନାହାନ୍ତି ।
କେଉଁଠାରେ ପୂର୍ଣ୍ଣାଙ୍ଗ ହୋଇଛି ବୋଲି ଦର୍ଶାଯାଇଥିବା ଘର ଅସପୂର୍ଣ୍ଣ ରହିଛି ତ କେଉଁଠି ବାସଗୃହ ବଦଳରେ ଏହି ଯୋଜନାରେ ଦୋକାନ ଘର ନିର୍ମାଣ ହୋଇଛି, କେଉଁଠାରେ ଶୌଚାଳୟ, ସ୍ୱଚ୍ଛଜଳ ନାହିଁ ତ କେଉଁଠାରେ ବିଦ୍ୟୁତ ସଂଯୋଗ ନାହିଁ । ସେହିଭଳି ୫ ଲକ୍ଷ ୫୦ ହଜାର ଘର ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଫେରିଗଲା । ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଏକ ପ୍ରହସନରେ ପରିଣତ କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
Sponsored By!
No ad found
Related Articles :