Videos
|
Odisha

ପୁରୀ ରଥଟଣା ବେଳେ ଅଘଟଣ: ଠେଲାପେଲାରେ ଜଣେ ଭକ୍ତ ଅଣନିଃଶ୍ବାସୀ

Ritu Das
Browse all articles by Ritu Das
·2 years ago·1 min read
ପୁରୀ ରଥଟଣା ବେଳେ ଅଘଟଣ: ଠେଲାପେଲାରେ ଜଣେ ଭକ୍ତ ଅଣନିଃଶ୍ବାସୀ

ଅର୍ଗସ ବ୍ୟୁରୋ: ପୁରୀ ରଥ ଟଣା ବେଳେ ଅଘଟଣ। ଜଣେ ପୁରୁଷ ଶ୍ରଦ୍ଧାଳୁ ତାଳଧ୍ୱଜ ରଥଟଣା ବେଳେ ଅଣନିଶ୍ୱାସୀ ହୋଇଛନ୍ତି। ପୁରୀ ଜିଲ୍ଲା ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର। ପବିତ୍ର ରଥଯାତ୍ରା ଅବସରରେ ବଡ଼ଦାଣ୍ତରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଯେଉଁ ଭିଡ଼ରେ ଜଣେ ଶ୍ରଦ୍ଧାଳୁ ଅଣନିଶ୍ୱାସୀ ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବାକ ରଥଟଣା ବେଳେ ବଡ଼ଦାଣ୍ଡରେ ଠେଲାପେଲା ସ୍ଥିତି ଉପୁଜିଥିଲା। ୮ରୁ ୧୦ ଶ୍ରଦ୍ଧାଳୁ ଏହି ଠେଲାପେଲାରେ ଆହତ ହୋଇଥିଲେ। ହିନ୍ଦୀ ସ୍କୁଲ ଛକ ପାଖରେ ଠେଲାପେଲା ସ୍ଥିତି ଦେଖିବାକୁ ମିଳିଥିଲା। 

ଅପେକ୍ଷାର ଅନ୍ତ ଘଟିଛି। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି। ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବାପରେ ରଥଟଣା ନୀତି ଆରମ୍ଭ ହୋଇଛି। ଘଣ୍ଟା, ଘଣ୍ଟ, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର। ଲୋକାରଣ୍ୟ ହୋଇଉଠିଛି ବଡଦାଣ୍ଡ। ବିଶ୍ଵର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ପୁରୀକୁ ଛୁଟି ଆସିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
in ratha yatra | Argus News