ରାଉରକେଲାରେ 10 ଜଣଙ୍କ ଜୀବନ ନେଲାଣି ଝାଡ଼ାବାନ୍ତି

ସୁନ୍ଦରଗଡ: ରାଉରକେଲାରେ ସଂଗୀନ ହେବାରେ ଲାଗିଛି ଝାଡ଼ାବାନ୍ତି ସ୍ଥିତି। 10ରୁ ଅଧିକ ଲୋକଙ୍କର ଜୀବନ ଯାଇଥିବାବେଳେ ହଜାରେରୁ ଅଧିକ ଆକ୍ରାନ୍ତ ହେଲେଣି। ପ୍ରାୟ 10 ଦିନ ପରେ ରାଉରକେଲା ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ସଚିବ। ସେପଟେ ରାଉରକେଲା ସ୍ଥିତିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ହଇଜା ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର୍ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ହଇଜାକୁ ନେଇ ହଇଚଇ। ରାଉରକେଲାରୁ ଭୁବନେଶ୍ବର ଯାଏଁ ହଲଚଲ। ଇସ୍ପାତ ସହରରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ହଇଜା। ସରକାରୀ ଭାବେ 10ରୁ ଅଧିକ ଆକ୍ରାନ୍ତଙ୍କର ଜୀବନ ଗଲାଣି। 1000 ରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି। ମେଡିକାଲରେ ବେଡ୍ ମିଳୁନାହିଁ। ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାରେ ଯୋଗାଯାଉଥିବା ତଥାକଥିତ ବିଶୁଦ୍ଧ ପାନୀୟ ଜଳ ଲୋକଙ୍କ ହାଲ୍ ବେହାଲ୍ କରିଛି। ସ୍ମାର୍ଟ ସିଟିର ହାର୍ଟ ଉପରେ ଥିବା ପ୍ରାୟ 12ଟି ୱାର୍ଡରେ ସ୍ଥିତି ଗୁରୁତର ହୋଇଛି।
ରାଉରକେଲାରେ ହଇଜା ମୁକାବିଲାରେ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଧର୍ମେନ୍ଦ୍ର ଲେଖିଛନ୍ତି ରାଉରକେଲାରେ ଡାଇରିଆ ସଂକ୍ରମଣରେ ବହୁ ଲୋକଙ୍କ ଜୀବନ ଯିବା ସହ ଏବେ ବି ୬୦୦ରୁ ଅଧିକ ଲୋକ ଚିକିତ୍ସାଧୀନ ଅଛନ୍ତି। ପାଣି ସଂକ୍ରମିତ ହୋଇଥିବା କାରଣରୁ ଏହି ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଛି । ରାଉରକେଲାକୁ କେନ୍ଦ୍ରୀୟ ସହାୟତା ପଠାଇ ସଂକ୍ରମଣକୁ ରୋକିବା ଦିଗରେ ବିହିତ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ଏଥିସହ ଟ୍ବିଟ୍ କରି ହଇଜା ସ୍ଥିତି ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସଚେତନତା ସୃଷ୍ଟି କରିବା, ସଂକ୍ରମଣ ରୋକିବା ପାଇଁ ତ୍ୱରିତ ପଦକ୍ଷେପ ସ୍ୱରୂପ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର।
📱 Get Argus News App
✨ରୋଗ ବ୍ୟାପିବାର ପ୍ରାୟ 10 ଦିନ ପରେ ସ୍ଵାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ରାଉରକେଲାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ସହ ପ୍ରଯ୍ୟାପ୍ତ ପରିମାଣରେ ମେଡିସିନ୍ ମହଜୁଦ ରଖାଯାଇଥିବା କୁହାଯାଇଛି। ଡାକ୍ତର ଓ ନର୍ସଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି । ଆଉ 2 ରୁ 3 ଦିନ ମଧ୍ୟରେ ସ୍ଥିତ ନିୟନ୍ତ୍ରଣକୁ ଆସିବ। ଭୁବନେଶ୍ବର ଓ କଟକରୁ ଡାକ୍ତରୀ ଟିମ୍ ଆସି ତଦନ୍ତ କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ। ମାତ୍ର ବର୍ଷକ ଭିତରେ ପ୍ରହସନ ପାଲଟିଛି ବିଜେଡି ସରକାରଙ୍କ ଡ୍ରିଙ୍କ୍ ଫ୍ରମ ଟ୍ୟାପ ଯୋଜନା। ଏଠି ପ୍ରଶ୍ନ ଦେଶବାସୀଙ୍କୁ ବଶୁଦ୍ଧ ଜଳ ଯୋଗାଇ ଦେବାକୁ କେନ୍ଦ୍ର ସରକାର ହର ଘର ଜଳ ଯୋଜନା ଆପଣାଇଥିବା ବେଳେ ଏହାକୁ ରାଜ୍ୟରେ କାହିଁକି ଲାଗୁ କରୁ ନାହାନ୍ତି ରାଜ୍ୟ ସରକାର। ନା ନିଜେ ଯୋଗାଉଛନ୍ତି ନା କେନ୍ଦ୍ର ଦେଉଥିବା ସୁବିଧା ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଯାହା ଫଳରେ ଲୋକଙ୍କ ଜୀବନ ବିପଦରେ ପଡୁଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର