Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଥର ତଳେ ଚାପି ହୋଇ ଗଲା ଶ୍ରମିକଙ୍କ ଜୀବନ 

Smruti Parija
Browse all articles by Smruti Parija
·2 years ago·1 min read
ପଥର ତଳେ ଚାପି ହୋଇ ଗଲା ଶ୍ରମିକଙ୍କ ଜୀବନ 

ବୌଦ୍ଧ: ରତ୍ନ ପଥର ଖୋଜା ହେଲା କାଳ । ପଥର ତଳେ ଚାପି ହୋଇ ଗଲା ଶ୍ରମିକଙ୍କ ଜୀବନ । ମୃତକ ହେଲେ ଅନୁଗୁଳ ଜିଲ୍ଲା କିଆକଟା ଥାନା ବରଡାକଟା ଗ୍ରାମର ସୁଶାନ୍ତ ଝାଙ୍କର । ଅଳ୍ପକେ ବର୍ତ୍ତିଲେ ୧୦ ଜଣ ଶ୍ରମିକ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାର ମହାନଦୀ କୂଳେ କୂଳେ ରତ୍ନ ପଥର ମାଫିଆ ମାନେ ନିରୀହ ଶ୍ରମିକଙ୍କୁ ନିୟୋଜିତ କରି ରାତି ଦିନ ପଥର ଖୋଜିଥାନ୍ତି । ତେବେ  ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ଥାନା କୁଲାରିକୁଦ ମହାନଦୀ ପଠାରେ ରତ୍ନ ପଥର ଖୋଜିବା ପାଇଁ ୧୦-୧୫ ଜଣ ଶ୍ରମିକ ନିୟୋଜିତ ଥିଲେ । 

ଏକ ବିରାଟକାୟ ପଥର ତଳେ ରତ୍ନ ପଥର ସନ୍ଧାନ ପାଇଁ ଶ୍ରମିକମାନେ  ଯାଇଥିବା ବେଳେ ଜଣେ ଫସି ଯାଇଥିଲେ । ଫଳରେ ବହୁତ ସମୟ ପର୍ଯ୍ୟନ୍ତ ଉଦ୍ଧାର କରି ନପରିବାରୁ ବୌଦ୍ଧ ଦମକଳ ବହିନୀକୁ ଖବର ଦେଇଥିଲେ । ତେବେ ଏକ ବିରାଟକାୟ ପଥରକୁ ହଟାଇବା ଦମକଳ ବାହିନୀ ପକ୍ଷରେ ମଧ୍ୟ ସମ୍ଭବ ହୋଇନଥିଲା । ଫଳରେ ଅକାରଣରେ ଏକ ଶ୍ରମିକଙ୍କ ଜୀବନ ଚାଲିଯାଇଥିଲା । 

ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଥିବା ଜଣାପଡ଼ିଛି।  ଅନ୍ୟପଟେ ବାରମ୍ବାର ଏହା ଉପରେ କଟକଣା କରାଯାଇଥିଲେ ବି ରାଜସ୍ୱ ବିଭାଗ ଓ ପୋଲିସ ଆଖି  ଆଗରେ ଏଭଳି କାର୍ଯ୍ୟ ଚାଲୁଛି । ପ୍ରଶାସନ ଓ ପଥର ମାଫିଆଙ୍କ ମଧୁଚନ୍ଦ୍ରିକା ପଦାରେ ପଡିଛି । ଅନ୍ୟପଟେ ଏପର୍ଯ୍ୟନ୍ତ 20ଘଣ୍ଟାରୁ ଅଧିକ ସମୟ ବିତିଯାଇଛି ହେଲେ ଉଦ୍ଧାର ହୋଇ ପାରୁନି ଶ୍ରମିକଙ୍କ ଶବ । ତୁରନ୍ତ ଶବ ଉଦ୍ଧାର କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
in-searching-of-Gemstone-labour-killed-at-boudh | Argus News