Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦ୍ବିତୀୟ ଶ୍ରୀକ୍ଷେତ୍ର ଜନ୍ମବେଦୀରେ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ

Ritu Das
Browse all articles by Ritu Das
·2 years ago·1 min read
ଦ୍ବିତୀୟ ଶ୍ରୀକ୍ଷେତ୍ର ଜନ୍ମବେଦୀରେ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ

ଅର୍ଗସ ବ୍ୟୁରୋ: ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ନବଦିନାତ୍ମକ ରଥଯାତ୍ରାରେ ଜଗନ୍ନାଥ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ମାଉସୀ ଘରେ ଜନ୍ମବେଦୀରେ ରହିବା ଭିତରେ ପ୍ରତିଦିନ ବିଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ପ୍ରତିଦିନ ସନ୍ଧ୍ୟା ୬.୩୦ ମିନିଟ ପରେ ଏହି ଦର୍ଶନ ହୋଇ ଆସୁଅଛି । ଆଜି ଶ୍ରୀଜିଉମାନେ "ସୁନାବେଶ" ବା "ଦ୍ବାରିକା" ବେଶରେ ଦର୍ଶନ ଦେଇଛନ୍ତି। 

କୋହଲା ପାଗ ସତ୍ତ୍ୱେ ବାରିପଦାରେ ଶ୍ରୀବିଗ୍ରହମାନଙ୍କ ଏହି ଦେବଦୁର୍ଲଭ ବେଶ ଦେଖିବା ପାଇଁ ମାଉସୀ ବାଡ଼ି ଶ୍ରୀଶ୍ରୀ ରାଧା ମୋହନ ମନ୍ଦିରରେ ବ୍ୟାପକ ଜନଗହଳି ଦେଖାଯାଇଛି । ତେବେ ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣକରାଯାଇଥିବା ବେଳେ ମାଉସୀବାଡ଼ି ପରିସରରେ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଉଥିବା ପ୍ରବଚନ କୀର୍ତ୍ତନ ଆଦି କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ସୃଷ୍ଟି କରିଛି । ତେବେ ସନ୍ଧ୍ୟା ୫ଟା ସମୟରେ ପହଣ୍ଡି ହୋଇ ରଥକୁ ଅଣାଯିବ  ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored