ଭିଡିଓ କରି ଭେଳିକି ଦେଖାଉଛନ୍ତି ନବୀନ-ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସର୍ଟ ଭିଡିଓ ମାଧ୍ୟମରେ ବିରୋଧୀଙ୍କୁ ଟାର୍ଗେଟ ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା । ସର୍ଟ ଭିଡିଓରେ ନବୀନ ବାବୁ କହିଛନ୍ତି ତ ? ନା AI ମାଧ୍ୟମରେ କୁହାଯାଉଛି । ଯଦି ନବୀନ ବାବୁ କହୁଥାନ୍ତେ ତାହେଲେ ଏକଥା ସଭା ସମିତିରେ ବି କୁହନ୍ତେ । ସଭା ସମିତିରେ ସ୍କ୍ରିପ୍ଟଟେଡ୍ ଲେଖା ଗୋଟେ ମିନିଟ ଭିତରେ ପଢି ସାରି ଚାଲି ଯାଆନ୍ତି ମୁଖ୍ୟମନ୍ତ୍ରୀ । ଗଣତନ୍ତ୍ରକୁ ସମାଲୋଚନା ସମୃଦ୍ଧ କରେ । ନବୀନ ବାବୁଙ୍କ ଶାରୀରିକ ଅସୁସ୍ଥତା ଯୋଗୁଁ ଏକଥା ସମ୍ଭବ ହୋଇପାରୁନି । ତାଙ୍କୁ ଯିଏ ରିମୋଟ ଧରି ଚଳାଉଛନ୍ତି ଏକଥା ସବୁ ଜାଣିଛନ୍ତି । AI ମାଧ୍ୟମରେ ଏକଥା ହେଉଛି ବୋଲି କହିଛି ବିଜେପି ।
ନିର୍ବାଚନ ପ୍ରସଙ୍ଗରେ ଯେଉଁ ସବୁ ପ୍ରସଙ୍ଗ ଉଠିଛି, ରତ୍ନଭଣ୍ଡାର ଚାବି ହଜିବା ନବୀନ ବାବୁ ଚୁପ କାହିଁକି ? ତଦନ୍ତ କମିଶନ ରିପୋର୍ଟ କୁଆଡେ ଗଲା ନବୀନ ଜବାବ ଦେଉନାହାନ୍ତି ? ଧାନର ଏମଏସପି, କଟଣୀ ଛଟଣି କଥାରେ କାହିଁକି ନିରବ ? ଭିଡିଓ କରି ଭେଳିକି ଦେଖାଉଛନ୍ତି ନବୀନ । ସର୍ଟ ଭିଡିଓ ଛାଡି ମଞ୍ଚକୁ ଆସି ପ୍ରସଙ୍ଗକୁ ନେଇ ସ୍ପଷ୍ଟ ଉତ୍ତର ଦିଅନ୍ତୁ ନବୀନ । ଗୁମାସ୍ତାଙ୍କ ଲେଖାକୁ ପଢି AI ମାଧ୍ୟମରେ ସର୍ଟ ଭିଡିଓ କରି ଗଣମାଧ୍ୟମକୁ ନଛାଡ଼ନ୍ତୁ ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ।
ଆହୁରି ପଢନ୍ତୁ ରାଜନୀତି ଖବର...