Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୋର ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀକନ୍ଦଳ ବିଜେଡିର ଆୟତ୍ତ ବାହାରେ

Odisha

ସୋର ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀକନ୍ଦଳ ବିଜେଡିର ଆୟତ୍ତ ବାହାରେ

Ritu Das
Browse all articles by Ritu Das
·2 years ago·2 min read
ସୋର ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀକନ୍ଦଳ ବିଜେଡିର ଆୟତ୍ତ ବାହାରେ

ଅର୍ଗସ ବ୍ୟୁରୋ: ସୋରରେ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ସୋର ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ଏବଂ ବିଜେଡି ବିଦ୍ରୋହୀଙ୍କ ବୟାନ ବାଜି l କିଛିଦିନ ପୂର୍ବରୁ ବ୍ଲକ ଉପାଧ୍ୟକ୍ଷ ଭ୍ରମରବରଙ୍କ ଗୋଷ୍ଠୀ ଏବଂ ବିଧାୟକ ପର୍ଶୁରାମଙ୍କ ଗୋଷ୍ଠୀ ପରସ୍ପର ବିରୋଧରେ ଶପଥ ପାଠ, ଦୀପ ଦାନ ପରି ଘଟଣା ଦେଖିବାକୁ ମିଳିଥିଲା। ଏହା ସୋର ନିର୍ବାଚନ ମଣ୍ଡଳୀରେ ବେଶ ରୋଚକ ହୋଇଥିବା ବେଳେ ବାହାନଗା ବ୍ଲକ ପଣ୍ଡାଶୁଣି ପଞ୍ଚାୟତରେ ବିଧାୟକ ପର୍ଶୁରାମ ଧଡ଼ା ନିଜ ସମର୍ଥକଙ୍କୁ ଧରି ପରିବାର ଯୋଡ଼ ଅଭିଯାନ କରିଥିବା ବେଳେ ବିଜେଡି ବିଦ୍ରୋହୀଙ୍କ ବିରୋଧକୁ ନେଇ ସମାଲୋଚନା କରିଥିଲେ। ଏହାର ଠିକ ସପ୍ତାହ ଭିତରେ ବିଜେଡିର ବିଦ୍ରୋହୀ ଗୋଷ୍ଠୀ ସେହି ପଣ୍ଡାଶୁଣି ପଞ୍ଚାୟତରେ ପରିବାର ଯୋଡ ଅଭିଯାନ ନାମରେ ମେଳି କରି ପର୍ଶୁଙ୍କ ବିରୋଧରେ ଧୁମ ବର୍ଷିଥିଲେ l କେବଳ ବର୍ଷି ନଥିଲେ ବରଂ ବିଧାୟକ ପରିବାର ଯୋଡ ଅଭିଯାନ ନୁହଁ ବରଂ ପରିବାର ଛାଡ଼ ଅଭିଯାନ ଚଳାଇଥିବା ଆରୋପ ଲଗାଇଥିଲେ।

ବିଜେଡି ବିଦ୍ରୋହୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ବିଦ୍ରୋହୀଙ୍କ ତରଫରୁ ଅଘୋଷିତ ଶିବାନୀ ଶଙ୍କର ରାୟକୁ ବିଜେଡି ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି ବିଜେଡିର ବିଦ୍ରୋହୀ l ପଣ୍ଡାଶୁଣିରେ ପରିବାର ଯୋଡ ଅଭିଯାନରେ ବାହାନଗା ବ୍ଲକରୁ ଜିଲ୍ଲାପରିଷଦ ନୀଳାମ୍ବର ମହାଳିକ, ସମିତିସଭ୍ୟ ଶରତ ରାଜ, ଅଶ୍ୱିନୀ ମହାପାତ୍ର, ସୁକାନ୍ତ ବିନ୍ଧାଣିଙ୍କ ସହ ବହୁ ସରପଞ୍ଚ ଏବଂ ସମିତିସଭ୍ୟ ସାମିଲ ହୋଇ ଥିବା ବେଳେ ସୋର ବ୍ଲକରୁ ବହୁ ନେତା ମଧ୍ୟ ସାମିଲ ହୋଇଥିଲେ। ବିଜେଡିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସୋର ବିଧାୟକଙ୍କ ବିରୋଧରେ ଦିନକୁ ଦିନ ବିଦ୍ରୋହ ବଢ଼ି ଚାଲିଥିବା ବେଳେ ବିଧାୟକ ପର୍ଶୁରାମ ଧଡ଼ା କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ l

କେବଳ ସୋର ନୁହେଁ ଗତ ଅକ୍ଟୋବର ୧ରୁ ଆରମ୍ଭ ହୋଇଥିବା ପଦଯାତ୍ରା ପରେ ବିଜେଡିରେ ଥିବା ଗୋଷ୍ଠୀକନ୍ଦଳ ଜଳଜଳ ହୋଇ ପଦାକୁ ଦିଶିଲା। ଯାହାକୁ ମ୍ୟାନେଜ କରିବାରେ ବିଜେଡିର ମଙ୍ଗୁଆଳ ସମ୍ପୂର୍ଣ୍ଣ ଅକ୍ଷମ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର

Sponsored