Videos
|
Odisha

ଉପାନ୍ତରେ ସାହାରା ଖୋଜୁଛନ୍ତି ବେସାହାରା ପରିବାର

Ritu Das
Browse all articles by Ritu Das
·2 years ago·2 min read
ଉପାନ୍ତରେ ସାହାରା ଖୋଜୁଛନ୍ତି ବେସାହାରା ପରିବାର

ଅର୍ଗସ ବ୍ୟୁରୋ: ପରିବାର କହିଲେ ଆଶିଷ ତାଙ୍କ ସ୍ତ୍ରୀ ସୁମିତ୍ରା ଓ ଦୁଇ ଛୁଆ। ବେସାହାରା ଏହି ପରିବାର ପାଇଁ ସାହାରାର ରାହା ସାଜିଛି ରରୁଆଁ ବ୍ଲକ ୱାର୍ଡ ନମ୍ବର 7  ପୁରାଣସାହିର ଦୀର୍ଘ ବର୍ଷ ହେବ ବନ୍ଦ ପଡିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ସ୍କୁଲ ବାରଣ୍ଡା ଓ ରୋଷେଇ ଘର।  ମୟୁରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକ ୱାର୍ଡ ନମ୍ବର 7 ପୁରାଣସାହିର ଆଶିଷ ଧୁଙ୍ଗିଆ ବହୁ କଷ୍ଟରେ ସ୍ତ୍ରୀ ଦୁଇ ପିଲାଙ୍କ ସହ ଦିନ କାଟୁଛନ୍ତି। 

ଦୁଇ ପିଲା ଓ ସ୍ତ୍ରୀଙ୍କୁ ନେଇ ଅଭାବ ଅନାଟନ ଭିତରେ ଗତି କରୁଛନ୍ତି ଆଶିଷ। ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଘର ନାହିଁ ଏମାନଙ୍କ ପାଖରେ। ମାସକୁ ପଞ୍ଚାୟତରୁ ମିଳୁଥିବା ମାତ୍ର କେଇ କେଜି ସରକାର ସହାୟତା ଭାବେ ଚାଉଳ ହିଁ ବଞ୍ଚିବାର ସାଧନ। ସରକାରୀ ସହାୟତା ପାଇଁ ବହୁ ବାର ଅଭିଯୋଗ କରିଥିଲେ ମଧ୍ୟ ଆଜି ଯାଏ କିଛି ମିଳିନି। ଶେଷରେ ଭାଗ୍ୟକୁ ଆଦରି କରି ଆଶ୍ରୟ ନେଇଛନ୍ତି ବନ୍ଦ ପଡିଥିବା ସ୍କୁଲର ରୋଷେଇ ଘରେ। ନାନା  ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ତାଙ୍କ ଅଭିଯୋଗ ଶୁଣିବାକୁ କେହି ନାହାନ୍ତି। ଗୋଟିଏ ପଟେ ସ୍ଥାୟୀ ସରକାର କହୁଛନ୍ତି ଖରା ବରଷାକୁ ନାହିଁ--ଡର ମୁଣ୍ଡ ଉପରେ ଅଛି ପକ୍କା ଘର, କିନ୍ତୁ ବାସ୍ତବ ଚିତ୍ର ପ୍ରକୃତ ହିତାଧିକାରୀଙ୍କ ପାଖରେ ଓଲଟା ଦେଖବାକୁ  ମିଳୁଛି। 

ଆଶିଷ ଦିନ ମଜୁରିଆ ଭାବେ କାମ କରନ୍ତି ଓ ସେଥିରୁ ଯାହା ଦୁଇ ପଇସା ରୋଜଗାର ହୁଏ ସେଇଥିରେ ତାଙ୍କର  ତେଲ ଲୁଣର ସଂସାର ଚଳେ। ସ୍ତ୍ରୀ ସୁମିତ୍ରା ଓ ଦୁଇ ଛୁଆଙ୍କୁ ନେଇ ଆର୍ଥିକ ସ୍ଥିତି ଭଲ ନ ଥିବା ହେତୁ ବାହାରେ ଭଡା ଘରେ ରହିବା କଷ୍ଟ ହୋଇ ପଡୁଥିଲା। ସେଥିପାଇଁ ବନ୍ଦ ପଡିଥିବା ପୁରାଣସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ବାରଣ୍ଡା ଓ ରୋଷେଇ ଘରେ ଦିନ କାଟୁଛନ୍ତି। ଦୀର୍ଘ 4 ବର୍ଷ ରୁ ଉର୍ଦ୍ଧ୍ବ ହେବ ଦିନ ବେଳେ ସ୍କୁଲ ବାରଣ୍ଡା ସାହାରା ସାଜୁ ଥିବା ବେଳେ ରାତିରେ ରୋଷେଇ ଘରେ ଦିନ କଟୁଛି। ରୋଷେଇ ଘରର ଅବସ୍ଥା ମଧ୍ୟ ଭଲ ନୁହେଁ। ବାରମ୍ବାର ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି  ନିରାଶ ହୋଇ ପଡିଛନ୍ତି ଉଭୟ ଦମ୍ପତି।  ସତରେ ଏହି ଭଳି ପ୍ରକୃତ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚିତ ହେବା କୋଉଠି ନା କୋଉଠି ସିଧାସଳଖ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ପ୍ରଶାସନିକ ଅଧିକାରୀ ମାନଙ୍କ ପାରିବା ପଣିଆ ଉପରେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି ବେଶାହରା ପରିବାର ଉପରେ ପ୍ରଶାସନିକ ଅଧିକାରୀ ମାନଙ୍କ ଶୁଭ ଦୃଷ୍ଟି କେବେ ପଡୁଛି ଓ ସରକାରୀ ସହାୟତା ମିଳୁଛି ତାହାକୁ ହିଁ ଦେଖିବାକୁ ବାକି ରହିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

in suburbs | Argus News