Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସନ୍ଧ୍ୟା ବେଳର ଖବର ସଂକ୍ଷେପରେ......

Odisha

ସନ୍ଧ୍ୟା ବେଳର ଖବର ସଂକ୍ଷେପରେ......

Ritu Das
Browse all articles by Ritu Das
·1 year ago·2 min read
ସନ୍ଧ୍ୟା ବେଳର ଖବର ସଂକ୍ଷେପରେ......

ଅର୍ଗସ ବ୍ୟୁରୋ: ରାଜ୍ୟରେ ଧୀରେ ଧୀରେ ଦୂର ହେଉଛି ଆଳୁ ସଙ୍କଟ.....ଆଳୁ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଥିଲେ.....ଏବେ ପଶ୍ଚିମବଙ୍ଗରୁ ଟ୍ରକ ଟ୍ରକ ଆଳୁ ଆସି ଓଡିଶାରେ ପହଞ୍ଚିଛି.....ଖୁବଶୀଘ୍ର ଆଳୁର ଅଭାବ ରହିବ ନାହିଁ ବୋଲି ଜଣାପଡିଛି ।  
୨- ରତ୍ନଭଣ୍ଡାରର ପ୍ରାଥମିକ ଯାଞ୍ଚ ସରିଛି, ଖୁବ୍‌ଶୀଘ୍ର ମରାମତି କାମ ଆରମ୍ଭ କରିବ ଏଏସଆଇ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
୩- କୋରାପୁଟ ଜିଲ୍ଲା ନାରାୟଣପାଟଣା  ଝଞ୍ଜାବତି ନଦୀରେ ଅଘଟଣ....ଶୌଚ ପାଇଁ ଯାଇଥିବାବେଳେ ନଦୀରେ ଭାସିଗଲେ ୮ମାସର ଗର୍ଭବତୀ ମହିଳା ଓ ୬ ବର୍ଷର ଝିଅ
୪- ଭଦ୍ରକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି .......ବୈତରଣୀ ନଦୀରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ....ବଲ୍ଲଭୀଘାଟରେ ପାଣି ଉଠାଇବା ବେଳେ ବୁଡ଼ିଗଲେ
୫- ଦିଲ୍ଲୀର ଏକ କୋଚିଂ ସେଣ୍ଟରର ବେସମେଣ୍ଟରେ ସ୍ଵେରେଜ ପାଣି ପଶିଯିବାରୁ ୩ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଛାତ୍ର ଭାସିଯିବାର ସୂଚନା ମିଳିଛି। 
୬- ହୀରାକୁଦ ଡ୍ୟାମରୁ ଆଜି ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଉଛି । ପ୍ରଥମେ ୭ଟି ଗେଟ୍ ଖୋଲାଯାଇଥିବାବେଳେ ୧୨ଟାରେ ୭ଟି ଏବଂ ଅପରାହ୍ନରେ ୬ଟି ଗେଟ ଖୋଲିଲା। ବର୍ତ୍ତମାନ ୨୦ଟି ଗେଟ ଦେଇ ଏବେ ଜଳ ନିଷ୍କାସନ ଚାଲିଛି।
୭- ଲଣ୍ଡନରେ ପାର୍ଟି ନକରି ପୁଣି ଥରେ କୀର୍ତ୍ତନକୁ ଗଲେ ବିରୁଷ୍କା.....ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା ପରେ ଭାରତରେ ଫ୍ୟାନଙ୍କ ସହ ବିଜୟ ଉତ୍ସବ ପାଳି ଲଣ୍ଡନ ଚାଲିଯାଇଥିଲେ ବିରାଟ
୮- ଏସି୍ଆ କପ୍ ୨୦୨୪ ଫାଇନାଲରେ ଟିମ୍ ଇଣ୍ଡିଆ ଏବଂ ଶ୍ରୀଲଙ୍କା ମୁହାଁମୁହିଁ ହୋଇଛନ୍ତି। ଶ୍ରୀଲଙ୍କାର ଦାମ୍ବୁଲାର ରଙ୍ଗିରି ଦାମ୍ବୁଲ୍ଲା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ କ୍ୟାପଟେନ ହରମାନପ୍ରୀତ କୌର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
୯- କିଛି ସମୟ ପରେ ମହିଳା ୧୦ ମିଟର ଏୟାର ପିସ୍ତଲ ଫାଇନାଲ ଆରମ୍ଭ ହେବ.... ମନୁ ଭାକରଙ୍କ ଉପରେ ସାରା ଦେଶର ନଜର......ସେପଟେ ବିଜୟରୁ ଅଭିଯାନ ଆରମ୍ଭ କଲେ ପିଭି ସିନ୍ଧୁ 
୧୦- ବର୍ଷାରେ ଲାଗିବନି ବ୍ରେକ । ୩୧ରେ  ପୁଣି ସୃଷ୍ଟି ହେବ ଆଉ ଏକ ଲଘୁଚାପ। ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା। ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In summary | Argus News