Videos
|
Odisha

ତାଞ୍ଜାନିଆରେ ଓଡ଼ିଆ ସମାଜ ପକ୍ଷରୁ ରଥଯାତ୍ରା ପାଳିତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ତାଞ୍ଜାନିଆରେ ଓଡ଼ିଆ ସମାଜ ପକ୍ଷରୁ ରଥଯାତ୍ରା ପାଳିତ

ଅର୍ଗସ ବ୍ୟୁରୋ:  ପୂର୍ବ ଆଫ୍ରିକାର ତାଞ୍ଜାନିଆରେ ଓଡ଼ିଆ ସମାଜ ପକ୍ଷରୁ ରଥଯାତ୍ରା ପାଳିତ ହୋଇଯାଇଛି I ପୁରୀ ଜଗନ୍ନାଥ ମନ୍ଦିର ପରମ୍ପରା ଅନୁଯାଇ ସମସ୍ତ ରୀତିନୀତି ସହ ଏଠାରେ ରଥଯାତ୍ରା ସମ୍ପନ୍ନ ହୋଇଛି । ଏଥିରେ ଭାଗ ନେଇଛନ୍ତି ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ। ତାଞ୍ଜାନିଆ ଓଡ଼ିଆ ସମାଜର ସମ୍ପାଦକ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରଥଯାତ୍ରା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଦର୍ ଇଶ ସଲାମ୍ ରେ ଭାରତର ଡେପୁଟି ହାଇ କମିଶନର ମନୋଜ ଭି ବର୍ମା ଯୋଗଦେବା ସହ ମହାପ୍ରଭୁଙ୍କ ରଥରେ ଛେରା ପହଁରା କରିଥିଲେ। ପହଣ୍ଡି ବିଜେ, ଛେରା ପହଁରା, ରଥ ପରିକ୍ରମା, ଆଳତି ପରେ ଆରମ୍ଭ ହୋଇଥିଲା ରଥଯାତ୍ରା। ତା ପରେ ସମସ୍ତେ ପ୍ରସାଦ ସେବନ କରିଥିଲେ। ପ୍ରବାସୀ ଓଡ଼ିଆଙ୍କ ନିମନ୍ତ୍ରଣ କ୍ରମେ ତାଞ୍ଜାନିଆରେ ବସବାସ କରୁଥିବା ବହୁ ଭାରତୀୟ ଓ ସ୍ଥାନୀୟ ଲୋକେ ବି ରଥଯାତ୍ରାରେ ସାମିଲ ହୋଇଥିଲେ I

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
In Tanzania, celebrated by the rath yatra odia samaja | Argus News