Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୬ ବର୍ଷରେ କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ ପରବ

Banajyotshna Ray
Browse all articles by Banajyotshna Ray
·2 years ago·1 min read
୨୬ ବର୍ଷରେ କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ ପରବ

ଅର୍ଗସ ବ୍ୟୁରୋ:  26 ବର୍ଷରେ ପଦାର୍ପଣ କରିଛି କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ ପରବ ।  ଜିଲ୍ଲାର ବୋରିଗୁମ୍ମା ବ୍ଳକ ଆଦିବାସି ଦେବତା ଭୈରବ ମନ୍ଦିରରୁ ଏହାର ଶୁଭାରମ୍ଭ ହୋଇଛି । ଜିଲ୍ଲାର ଲୋକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଲାଗି 26 ବର୍ଷ ତଳେ ହୋଇଥିବା ଏହି ପ୍ରୟାସ ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ସୃଷ୍ଟି କରିଛି । କୋରାପୁଟ ହେଉଛି ଆଦିବାସିଙ୍କ ସଂସ୍କୃତିର ଏନ୍ତୁଡ଼ିଶାଲ । ଆଦିବାସି ଙ୍କ ସଂସ୍କୃତିର ମହୋତ୍ସବ ପରବ 2023 ଆଜି ବୋରିଗୁମ୍ମା ଭୈରବ ମନ୍ଦିରରୁ ଆରମ୍ଭ ହୋଇଛି ।  ନିଶାଣି ମୁଣ୍ଡାରେ ପୂଜାର୍ଚ୍ଚନା ପରେ ପରବ ମଶାଲ ପହଂଚିଥିଲା ବୋରିଗୁମ୍ମାରେ । ଜିଲ୍ଲାର ସମସ୍ତ ବ୍ଳକ ଓ ସହରାଂଚଳ କର୍ତ୍ତୃପକ୍ଷଙ୍କ ସହ ସାଧାରଣ ଲୋକେ ସାମିଲ୍ ହୋଇଥିଲେ । ଏକ ବିରାଟ ଶୋଭାଯାତ୍ରା ରେ ପ୍ରାୟ 30 ରୁ ଉର୍ଦ୍ଧ୍ୱ ସାଂସ୍କୃତିକ ଦଳ ଭାଗ ନେଇଥିଲେ ।  ଆଦିବାସୀଙ୍କ ଗଣପର୍ବରେ ସାଧାରଣ ଜନତାଙ୍କ ସହ ଛାତ୍ରଛାତ୍ରୀଙ୍କର ବି ଭିଡ ଦେଖିବାକୁ ମିଳିଥିଲା।

କୋରାପୁଟ ଜିଲ୍ଲାର ଆଦିବାସୀ  ପରବ  ଏବେ ଜାତୀୟ ସ୍ତରରେ ପରିଚିତ ହୋଇସାରିଛି ।  ଏହି ପରବ ମହୋତ୍ସବ କୁ ଜିଲ୍ଲାରେ ବେଶ ଧୁମ ଧାମ ପାଳନ କରାଯାଇଛି । ଏହାସହ ସ୍ଥାନୀୟ ବିଧାୟକ ଏବଂ କୋରାପୁଟ ଜିଲ୍ଲାର ଲୋକ ପ୍ରତିନିଧିଙ୍କ ସମାଗମ ହୋଇଥିଲା ଏହି ପରବ ସ୍ଥଳରେ । କୋରାପୁଟର ଢେମସା ନାଚ ଓ ଦୁରୁଆ ନାଚର ତାଳେ ତାଳେ ଏକାକାର ହୋଇପଡିଥିଲେ ନେତା ପ୍ରଶାସକ ଓ ସାଧାରଣ ଜନତା । କୋରାପୁଟ ଜିଲ୍ଲାରେ ପରବ ମାଧ୍ୟମରେ ସାଧାରଣ ଜନତା ସହିତ ପ୍ରଶାସନ ଓ ଲୋକ ପ୍ରତିନିଧିମାନଙ୍କ ମଧ୍ୟରେ ଏକତା ସୃଷ୍ଟି କରିପାରିଥିବା ବେଳେ ଚଳିତ ବର୍ଷ ପାଳନ କରି ବେଶ ଧୁମଧାମରେ ପାଳନ କରିବାକୁ ନିଷ୍ପତି ନିଆଯାଇଛି  ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In the 26th year, the lok mahotsav of Koraput district | Argus News