Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସୀମାନ୍ତ ଅଞ୍ଚଳରେ ଭୁଶୁଡି ପଡିଛି ଓଡ଼ିଆ ଭାଷା

Odisha

ସୀମାନ୍ତ ଅଞ୍ଚଳରେ ଭୁଶୁଡି ପଡିଛି ଓଡ଼ିଆ ଭାଷା

Ritu Das
Browse all articles by Ritu Das
·2 years ago·2 min read
ସୀମାନ୍ତ ଅଞ୍ଚଳରେ ଭୁଶୁଡି ପଡିଛି ଓଡ଼ିଆ ଭାଷା

ଅର୍ଗସ ବ୍ୟୁରୋ: ସ୍ବତନ୍ତ୍ର ଉତ୍କଳ ପ୍ରଦେଶ କର୍ଣ୍ଣଧାର ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ମାଟିରେ ଓଡ଼ିଆ ଭାଷା ଖୋଜୁଛି ନିଜ ପରିଚୟ । ସରକାର ଗୋଟିଏ ପଟେ ଓଡିଆ ଭାଷାର ସମ୍ମିଳନୀ କରୁଥିବା ବେଳେ ସୀମାନ୍ତ ଅଞ୍ଚଳରେ ଭୁଶୁଡି ପଡିଛି ଭାଷା । 

ଗଜପତି ଜିଲ୍ଲାର କାଶୀନଗର ବ୍ଳକ ଅଧୀନସ୍ଥ ଖାଣ୍ଡାବା ପଞ୍ଚାୟତ ଠାରୁ ଆରମ୍ଭ କରି ଗୋଷାଣୀ, ରାୟଗଡ଼ା ବ୍ଲକର ସୀମା ପର୍ଯ୍ୟନ୍ତ ଅନେକ ସ୍ଥାନରେ ଆନ୍ଧ୍ରପ୍ରଦେଶ ଲାଗି ରହିଛି। ଉକ୍ତ ବ୍ଲକର ଅଧିବାସୀ ମାନଙ୍କ ମଧ୍ୟରେ ଓଡ଼ିଆ ତେଲୁଗୁ ଓ ଶବର ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଭାଷା ସାହିତ୍ୟ ଓ ସଂସ୍କୃତି ସମ୍ପୃକ୍ତ ଓଡିଶା ଅଞ୍ଚଳରେ ଓଡ଼ିଆ ଭାଷାକୁ କେବଳ ପ୍ରଭାବିତ କରୁନାହିଁ ବରଂ ଓଡ଼ିଆ ଅସ୍ମିତାକୁ ସମୟେ ସମୟେ ଦୋହଲାଇ ଦେଉଛି। ଏହି ହେଉଛି ସେହି ପାରଳା ଭୂମୀ ଯେଉଁଠାରେ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା ଓଡିଆ ଶବ୍ଦତ୍ବ ବୋଧ ଅବଦାନ ଓ ଓଡ଼ିଆ ଭାଷା ତତ୍ତ୍ବ ନାମରେ ଦୁଇଖଣ୍ଡ ଉପାଦେୟ ଗ୍ରନ୍ଥ ପ୍ରଣୟନ କରି ଓଡ଼ିଆ ଭାଷାର ମୂଳ ଅଷ୍ଟ୍ରିକ ଭାଷା ମଧ୍ୟରେ ଖୋଜିଥିଲେ। ପଣ୍ଡିତ ନୀଳକଣ୍ଠ ଦାଶ ମଧ୍ୟ ତାହା ହିଁ କହିଥିଲେ। ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଦାବି କଲାବେଳେ ଭାଷାର ମୂଳ ଅଷ୍ଟ୍ରିକ ବୋଲି ଦର୍ଶାଯାଇଥିଲା ଯାହା ଜାତୀୟ ସ୍ବୀକୃତି ଲାଭ କରିଛି। କିନ୍ତୁ ଯେଉଁ ପାରଳା ମାଟିର ପଣ୍ଡିତ ଏହାର ସୂଚନା ଦେଇଥିଲେ ସେହି ମାଟିରେ ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ କିଛି ବି ପଦକ୍ଷେପ ଗ୍ରହଣ କରାଯାଉଥିବା  ସ୍ଥାନୀୟ ବୃଦ୍ଧିଜୀବୀ ମାନେ ଅଭିଯୋଗ କରିଆସୁଛନ୍ତି କି ସରକାର କେବଳ ପ୍ରଚାର ପ୍ରସାର ହିଁ ସୀମିତ ରହି ଯାଇଛି କିଛି ମଧ୍ୟ କାର୍ଯ୍ୟ କରି ହେଉନାହିଁ ସୀମାନ୍ତ ଅଞ୍ଚଳରେ ଭାଷାର ସୁରକ୍ଷା ପାଇଁ। 

ବାରମ୍ବାର ଅଭିଯୋଗ ସତ୍ତ୍ଵେ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆରେ ନାମ ଫଳକ ଲେଖାଯାଉନାହିଁ। କେତେକ ସରକାରୀ କାର୍ଯ୍ୟାଳୟ ତଥା ସ୍ଥାନୀୟ ପୌରସଂସ୍ଥାର ଅନୁଷ୍ଠାନ ଗୁଡ଼ିକରେ ଇଂରାଜୀ ନାମ ଫଳକ ଦେଖିବାକୁ ମିଳୁଛି। ପାରଳାଖେମୁଣ୍ଡି ଯାଆଆସ କରୁଥିବା ଯାତ୍ରୀବାହୀ ବସ ଗୁଡ଼ିକରେ ମଧ୍ୟ ଅନେକ କ୍ଷେତ୍ରରେ ଓଡ଼ିଆ ନାମ ଫଳକ ଲଗାଯାଉନାହିଁ। ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରୁ ଅଧିକାଂଶ ଇଂରାଜୀ ନାମ ଫଳକ ଲେଖାଯାଇଥିବା ଦେଖାଯାଏ ସ୍ଥାନୀୟ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଲେଖାଲେଖି ଓଡ଼ିଆରେ କରିବା ପାଇଁ ସରକାର ୨୦୧୫ ରୁ ନିର୍ଦ୍ଦେଶ ଦେଇଥିବା ସତ୍ତ୍ଵେ ତାହା ଆଉ କାର୍ଯ୍ୟକାରୀ କରୁନାହିଁ । ସବୁଠାରୁ ପରିତାପର ବିଷୟ ଏଥିପାଇଁ ଉଦ୍ୟମ ମଧ୍ୟ କରାଯାଉନାହିଁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 


 

Painting
Sponsored
In the border areas | Argus News