Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶେଷ ହେଲା ପ୍ରତୀକ୍ଷା ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

Rashmita Mishra
Browse all articles by Rashmita Mishra
·1 year ago·2 min read
ଶେଷ ହେଲା ପ୍ରତୀକ୍ଷା ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

ଅର୍ଗସ ବ୍ୟୁରୋ: ଜନ୍ମଦିନରେ ଓଡ଼ିଶା ଆସି ମହିଳାଙ୍କୁ ସୁଭଦ୍ରା ଉପହାର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପହଞ୍ଚିବାର ମେସେଜ ଆସିବା ପରଠୁ ଗାଁଠୁ ସହର ସବୁ ପରିବାରରେ ଖୁସିର ଲହର। କିଏ ଏହି ଟଙ୍କାରେ ବ୍ୟବସାୟ ଆରମ୍ଭ କରିବାର ଚିନ୍ତା କଲେଣି, ତ କିଏ ଗାଁରେ ଆରମ୍ଭ କରିଥିବା ଟେଲର ଦୋକାନରେ ପୁଞ୍ଜି ଲଗାଇ ବିଜନେସକୁ ବଡ଼ କରିବାକୁ କରିଛନ୍ତି ଯୋଜନା। ଇଏ ହେଉଛନ୍ତି କେନ୍ଦୁଝର ତେଲକୋଇର ଅଞ୍ଜଳି ବାରିକ୍। ଦିବ୍ୟାଙ୍ଗ ହେଲେ ବି ସେ ସ୍ବାବଲମ୍ବୀ। ଘରେ ଏକ ଟେଲର୍ ମେସିନ ପକାଇଛନ୍ତି। ଆଜି ସୁଭଦ୍ରା ଯୋଜନାର ପ୍ରଥମ ହିତାଧିକାରୀ ଭାବେ ପିଏମ ମୋଦିଙ୍କ ହାତରୁ ଗ୍ରହଣ ଅଞ୍ଚଳି ପାଇଛନ୍ତି ପ୍ରଥମ କିସ୍ତିର ରାଶି। ଯାହାକୁ ପାଇ ସେ ବେଶ୍ ଖୁସି। ଏହି ଟଙ୍କାକୁ ସେ ନିଜ ଟେଲରିଂ ବ୍ୟବସାୟରେ ନିବେଶ କରି ବ୍ୟବସାୟକୁ ବଡ଼ ଆକାର ଦେବେ ବୋଲି କହିଛନ୍ତି। ସେହି ପରି ଅନ୍ୟ ଜଣେ ହିତାଧିକାରୀ ମଧ୍ୟ ଏହି ଯୋଜନାର ରାଶିକୁ ନେଇ ଏକ କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। 

ଆଠଗଡ଼ରୁ ଆସ୍କା, ବେଗୁନିଆରୁ ବାଙ୍ଗିରିପୋଷି। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପାଇ ସବୁଠି ଆତ୍ମବିଭୋର ମହିଳା। ପ୍ରଥମ କିସ୍ତିରେ ଆସିଥିବା ପାଞ୍ଚ ହଜାର ଟଙ୍କାକୁ ନିବେଶର ଯୋଜନା କରିଛନ୍ତି ସଭିଏଁ। କିଏ କେମିତି ଏହି ଟଙ୍କାର ବ୍ୟବହାର କରିବେ ହିତାଧିକାରୀଙ୍କ ମୁହଁରୁ ହିଁ ଶୁଣି ନିଅନ୍ତୁ। 

ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଛାଡ଼ି ପ୍ରଧାନମନ୍ତ୍ରୀ ମୋଦି ନିଜ ଗ୍ୟାରେଣ୍ଟି ପୂରଣ କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଭାଗିଦାରୀ ବୃଦ୍ଧିକୁ ଫୋକସରେ ରଖାଯାଇଛି। ଲକ୍ଷପତି ଦିଦି ଯୋଜନାରେ ଗାଁ ହେଉ କି ସହର ସବୁଠି ମହିଳାଙ୍କୁ ସକ୍ଷମ ଓ ସ୍ବବଲମ୍ବୀ କରୁଛନ୍ତି ମୋଦି ସରକାର। ଓଡ଼ିଶାରେ ମୋହନ ସରକାର ଆଣିଥିବା ସୁଭଦ୍ରା ଯୋଜନା ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷପତି ଦିଦିର ଲକ୍ଷ୍ୟକୁ ପୂରଣ କରିବ ବୋଲି କହିଛନ୍ତି ପଞ୍ଚାୟତିରାଜମନ୍ତ୍ରୀ। ମୋବାଇଲରେ ସୁଭଦ୍ରାର ପ୍ରଥମ କିସ୍ତିର ମେସେଜ, ରାଜ୍ୟର ଅନେକ ପରିବାରରେ ଖେଳାଇ ଦେଇଛି ଏକ ନିଆରା ଖୁସି, ଅନେକ ମହିଳାଙ୍କ ମନରେ ଭରିଛି ନୂଆ ଜାଗରଣ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
In the end, a good amount of money went to the Pratiksha account | Argus News