Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶେଷରେ ଘୁଷୁରି ଖାଇଲା ଅର୍ପଣ ଚାଉଳ , ଦୃଢ ନିନ୍ଦା କଲେ ଉପ ମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଶେଷରେ ଘୁଷୁରି ଖାଇଲା ଅର୍ପଣ ଚାଉଳ , ଦୃଢ ନିନ୍ଦା କଲେ ଉପ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଭୋଟ୍ ପାଇଁ ହୀନ ରାଜନୀତି କରି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳ ଖେଳିଲା ବିଜେଡି ସରକାର।  ଲୋକଙ୍କଠୁ ନେଲେ ହେଲେ କାମରେ ଲଗାଇଲେନି । ଶେଷରେ ଘୁଷୁରି ଖାଇଲା ଅର୍ପଣ ଚାଉଳ । ଘଟଣାକୁ ଦୃଢ଼ ନିନ୍ଦା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦୀର୍ଘ ତିନି ଦିନ ଧରି ଗୋପ ବ୍ରାଞ୍ଚ କେନାଲରେ ଫିଙ୍ଗା ଯାଇଥିବା ଅର୍ପଣ ଚାଉଳକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ନ ହେବା କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାସହ ଆଜି ସକାଳୁ ଏହି ଚାଉଳକୁ ଘୁଷୁରି ଖାଇବା ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି । ତିନି ଦିନ ତଳେ ଗୋଟିଏ ମିନିଟ୍ରକ କୁଇଣ୍ଟାଲ କୁଇଣ୍ଟାଲ ଚାଉଳକୁ ଆଣି ଗୋପ ବ୍ଲକ ବାୟାକୂଦା ନିକଟସ୍ଥ ଗୋପ ବ୍ରାଞ୍ଚ କେନାଲରେ ଫିଙ୍ଗି ଦିଆଯାଇଥିଲା ।

ଅଧିକ ପଢନ୍ତୁ : କେନାଲରେ ଢଳା ହେଲା ବସ୍ତା ବସ୍ତା ଅର୍ପଣ ଚାଉଳ !

ଅର୍ପଣ ଚାଉଳ ସଂଗ୍ରହ ନାଁରେ ରାଜ୍ୟ ରାଜକୋଷରୁ 200 କୋଟି ଟଙ୍କା ଖର୍ଚ୍ଚ କରାଗଲା। ଜଗତର ନାଥଙ୍କୁ ରାଜ୍ୟ ସାରା ବୁଲାଇ ଦାଣ୍ଡର ଭିକାରି କରାଇଲେ ନବୀନ ସରକାର। କିନ୍ତୁ ସଂଗ୍ରହ ହୋଇଥିବା ହଜାର ହଜାର କ୍ବିଣ୍ଟାଲ୍ ଚାଉଳକୁ ପକାଇ ପକାଇ ନଷ୍ଟ କରାଗଲା।  ଭକ୍ତିର ସହ ଜଗନ୍ନାଥଙ୍କୁ ଅର୍ପଣ କରିଥିବା ଚାଉଳର ଅବସ୍ଥା ଦେଖି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଭକ୍ତ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In the end, the pig ate the arpana rice, and the Deputy Chief Minister strongly condemned it | Argus News