Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିଳ୍ପାୟନ କ୍ଷେତ୍ରରେ ଚଳିତବର୍ଷ ରାଜ୍ୟକୁ 5 ଲକ୍ଷ କୋଟିର ପୁଞ୍ଜି ଆଣିବା ଲକ୍ଷ୍ୟ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଶିଳ୍ପାୟନ କ୍ଷେତ୍ରରେ ଚଳିତବର୍ଷ ରାଜ୍ୟକୁ 5 ଲକ୍ଷ କୋଟିର ପୁଞ୍ଜି ଆଣିବା ଲକ୍ଷ୍ୟ

Key Points

  • ଶିଳ୍ପାୟନ କ୍ଷେତ୍ରରେ ଚଳିତବର୍ଷ ରାଜ୍ୟକୁ 5 ଲକ୍ଷ କୋଟିର ପୁଞ୍ଜି ଆଣିବା ଲକ୍ଷ୍ୟ
  • ମୁମ୍ବାଇ ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ 200ରୁ ଅଧିକ ନିବେଶକ
  • ଜାନୁଆରୀରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗଦେବାକୁ ମୋହନ ଦେଲେ ନିମନ୍ତ୍ରଣ
  • ବିଜେଡି ଶାସନର 24 ବର୍ଷରେ ବ୍ୟାକ୍ ସିଟ୍ ନେଇଥିଲା ଶିଳ୍ପାୟନ
  • କେବଳ ଖଣି ଉପରେ ନିର୍ଭର ଯୋଗୁଁ ସୁଯୋଗ ହରାଇଲା ଓଡ଼ିଶା  
  • ଏବେ ରାଜ୍ୟରେ ଶିଳ୍ପର ବିବିଧତା ପାଇଁ ଖୋଲିବ ରାସ୍ତା
  • ଟୁରିଜିମ୍, ଟେକ୍ସଟାଇଲ୍ ସହ ଆଇଟି କ୍ଷେତ୍ରରେ ବଡ଼ ନିବେଶ ଆଣିବା ଉପରେ ଆଲୋଚନା

ଅର୍ଗସ ବ୍ୟୁରୋ : ଦାୟିତ୍ବ ନେବାର ମାତ୍ର 4 ମାସ ଭିତରେ ଓଡ଼ିଶାରେ ଶିଳ୍ପାୟନ, ପୁଞ୍ଜିନିବେଶ ଏବଂ ନିଯୁକ୍ତି ସୃଷ୍ଟି ଦିଗରେ ଇଏ ବିଜେପି ସରକାରଙ୍କ ବଡ଼ ପଦକ୍ଷେପ। ମୁମ୍ବାଇ ଇନଭେଷ୍ଟର୍ସ ମିଟର ଦ୍ବିତୀୟ ଦିନରେ ବହୁ ହାଇ ପ୍ରୋଫାଇଲ୍ ଲୋକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ବିଭିନ୍ନ ଶିଳ୍ପାନୁଷ୍ଠାନର ଚେୟାରମ୍ୟାନ୍, ଡିରେକ୍ଟର ଏବଂ ସିଇଓଙ୍କୁ ଭେଟିଛନ୍ତି ମୋହନ ମାଝୀ ଓ ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ। 200ରୁ ଅଧିକ ନିବେଶକଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କ ସହ ମିଶି କରିଛନ୍ତି ରୋଡ଼ ସୋ । ଲକ୍ଷ୍ୟ ଚଳିତବର୍ଷ ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟକୁ 5 ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ଆଣିବା। ଓଡ଼ିଶାରେ ନିବେଶକଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ସହ ଆସନ୍ତା ଜାନୁଆରୀରେ ଭୁବନେଶ୍ବରରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗଦେବାକୁ ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି ଆଗାମୀ ଦିନରେ ଓଡ଼ିଶା ହେବ ଇଣ୍ଡଷ୍ଟ୍ରିଆଲ୍ ହବ୍। 

ବିଜେଡି ଶାସନର 24 ବର୍ଷ ଭିତରେ ଓଡ଼ିଶାରେ ବ୍ୟାକ୍ ସିଟ୍ ନେଇଥିଲା ଶିଳ୍ପାୟନ। ନା ଥିଲା ସରକାରୀ ସହଯୋଗ ନା ନିବେଶକଙ୍କ ପାଇଁ ଅନୁକୂଳ ବାତାବରଣ । ଫଳରେ ପସ୍କୋ ଭଳି ବହୁ ବଡ଼ ବଡ଼ କମ୍ପାନୀ ଶିଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତି କରି ବି ଓହରିଗଲେ। ପୁଣି କେବଳ ଖଣି ଉପରେ ନିର୍ଭର କରି ଓଡ଼ିଶାରେ ଥିବା ଶିଳ୍ପାୟନ ଓ ନିଯୁକ୍ତି ସୃଷ୍ଟିର ଅନ୍ୟ ସମସ୍ତ ସମ୍ଭାବନାକୁ ଅଣଦେଖା କଲେ ବିଜେଡି ସରକାର। ଯାହାର ସବୁଠାରୁ ବଡ଼ ଉଦାହରଣ ହାଇଦ୍ରାବାଦ ଓ ବେଙ୍ଗାଲୁରୁ। ଆଇଟି ସେକ୍ଟରରେ ପର୍ଯ୍ୟାପ୍ତ ସୁଯୋଗ ପାଇଁ ଏ ଦୁଇ ସହରକୁ ଯାଉଛନ୍ତି ବହୁ ଓଡ଼ିଆ ଯୁବକ। କିନ୍ତୁ ସମ୍ଭାବନା ଥାଇ ବି ଆଇଟି ହବ୍ ହେବାର ସୁଯୋଗ ହରାଇଲା ଭୁବନେଶ୍ବର । ଗତ କିଛି ଦଶକ ଭିତରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ହାଇଦ୍ରାବାଦକୁ ଆଇଟି ହବ୍ କରିଥିବାବେଳେ ହାର୍ ମାନିଗଲେ ନବୀନ। କିନ୍ତୁ ଏବେ ବଦଳିଛି ସରକାର, ଆଉ ବଦଳିଛି ଚିତ୍ର। ଏବେ କେବଳ ଖଣି ଆଧାରିତ ନୁହେଁ ଶିଳ୍ପର ଡାଇଭର୍ସିଫିକେସନ୍ ବା ବିବିଧତା ପାଇଁ ଖୋଲିବ ରାସ୍ତା। ପର୍ଯ୍ୟଟନ ଓ ଟେକ୍ସଟାଇଲ୍ କ୍ଷେତ୍ରରେ ଓଡ଼ିଶାକୁ ସମୃଦ୍ଧ କରିବାକୁ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। 

ମୁମ୍ବାଇରେ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ବି ସାକ୍ଷାତ କରିଛନ୍ତି ଦେଶର ବହୁ ବଡ଼ ବଡ଼ ଉଦ୍ୟୋଗପତି। ଆଜି ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ୍ କୁମାର ମଙ୍ଗଳମ୍ ବିର୍ଲା ମୋହନ ମାଝୀଙ୍କୁ ଭେଟି ଓଡ଼ିଶାରେ ନିବେଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଅଭାଡା ଗ୍ରୁପ୍, ଜେଏମ୍ ବକ୍ସି ଗ୍ରୁପ୍ ମିତ୍ତଲ ନିପ୍ପନ ଗ୍ରୁପ୍, ପାର୍ଲେ ଏବଂ ୱାରି ଏନର୍ଜିଜ୍ ଗ୍ରୁପର ଚେୟାରମ୍ୟାନ୍, ସିଇଓ ଓ ନିର୍ଦ୍ଦେଶକମାନେ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।  ସେହିପରି ଶୁକ୍ରବାର ବେଦାନ୍ତର ଅଧ୍ୟକ୍ଷ ଅନୀଲ୍ ଅଗ୍ରୱାଲ୍, JSWର ଚେୟାରମ୍ୟାନ୍ ସଜ୍ଜନ ଜିନ୍ଦଲ, ଲକ୍ଷ୍ମୀ ଅର୍ଗାନିକ୍ ଇଣ୍ଡଷ୍ଟ୍ରିଜର ପରିଚାଳନା ନିର୍ଦ୍ଦେଶକ ରବି ଗୋଏଙ୍କା, ୱେଲସ୍ପୁନ୍ କମ୍ପାନୀର ବିଜୟ ଗୋଏଙ୍କା, ବାଲକ୍ରିଷ୍ଣ ଗୋଏଙ୍କା ସେହିପରି ଜିଓ ପ୍ଲାଟଫର୍ମ ଲିମିଟେଡ୍ ଏବଂ ରିଲାଏନ୍ସ ନ୍ୟୁ ସୋଲାର ଏନର୍ଜି ଲିମିଟେଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଓଡ଼ିଶାରେ ନିବେଶ ସମ୍ପର୍କରେ ଆଲୋଚନା କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored