Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୂର୍ବର ବିଜେଡି ଶାସନରେ ରସାତଳଗାମୀ ହୋଇଛି ଶିକ୍ଷା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପୂର୍ବର ବିଜେଡି ଶାସନରେ ରସାତଳଗାମୀ ହୋଇଛି ଶିକ୍ଷା

ଅର୍ଗସ ବ୍ୟୁରୋ:  ଭଙ୍ଗା ଆଜବେଷ୍ଟସ୍ ସହ ଯେଉଁ ଛାତ ଘର ଅଛି ସେଥିରୁ ବିମ୍ ଖସିଲାଣି , ଛାତରୁ ଖସିଲାଣି ପ୍ଲାଷ୍ଟର୍। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଏହାରି ତଳେ ଗଢ଼ା ଚାଲିଛି ଦେଶର ଆଗାମୀ ପିଢ଼ିଙ୍କ ଭବିଷ୍ୟତ। ଇଏ ହେଉଛି ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଂଚାୟତ ଅଠରବାଟିଆ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ। ଶହେ ବର୍ଷର ବିଦ୍ୟାଳୟର ବୟସ ଏହାର କାନ୍ଥ ଛାତରୁ ବାରି ହୋଇପଡୁଛି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ଯାଏ। ଯେଉଁଠି ଶିକ୍ଷା ଗ୍ରହଣ କରନ୍ତି 155ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ। ଏହି ଆଜବେଷ୍ଟସ ତଳେ ଦୀର୍ଘ ବର୍ଷ ଧରି ଚାଲିଥିଲା ପାଠ ପଢ଼ା। ଏହା ଭାଙ୍ଗିଯିବା ପରେ ଏବେ ଭଙ୍ଗା ଆଜବେଷ୍ଟସ ତଳେ ବସି ପାଠ ପଢ଼ିବା ବିପଦପୂର୍ଣ୍ଣ। ତେଣୁ ଏବେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲାଗି ଅଧ କିମି ଦୂର ବଜ୍ରକାଳୀ ଉଚ୍ଚବିଦ୍ୟାଳୟରେ ଶିକ୍ଷା ଦାନର ବ୍ୟବସ୍ଥା କରାଯାଇଛି।

ଖାଲି ଶ୍ରେଣୀ ଗୃହ ନୁହେଁ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ରାଜ୍ୟରେ ପୂର୍ବର ବିଜେଡ଼ି ଶାସନରେ ଶିକ୍ଷା ବ୍ୟବସ୍ଥାର ସତକୁ ପଦାରେ ପକାଇଛି। ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଂଚାୟତ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ମାତ୍ର 4 ଜଣ ଶିକ୍ଷକରେ ଚାଲିଛି ଶିକ୍ଷାଦାନ। ସେହିପରି ମୂଳବସନ୍ତ ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଦୁଇଜଣ ଶିକ୍ଷକ 5ଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଉଛନ୍ତି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ବଡମୁଳବସନ୍ତ ପ୍ରାଥମିକ ବିଦ୍ୟାଳୟରେ 107 ପିଲାଙ୍କ ପାଇଁ ରହିଛନ୍ତି ମାତ୍ର ଜଣେ ଶିକ୍ଷକ। ଗୋଟିଏ ପଟେ ଶିକ୍ଷକଙ୍କ ସଂଖ୍ୟା ବଢ଼ୁନି ଅଥଚ ବିଦ୍ୟାଳୟରୁ ଶିକ୍ଷକଙ୍କ ବଦଳି କରାଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ଅଭିଭାବକ।

ପଟ୍ଟାମୁଣ୍ଡାଇ ବ୍ଲକରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା। ପୂର୍ବର ବିଜେଡି ଶାସନର 25 ବର୍ଷରେ ଅଞ୍ଚଳରେ ଶିକ୍ଷାର ସ୍ତର ରସାତଳଗାମୀ ହୋଇଥିବାର ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ।  ସବୁଠୁ ବଡ଼ କଥା ହେଉଛି 20 ହଜାର ପିଲାଙ୍କ ପାଇଁ ଅଛନ୍ତି ମାତ୍ର 661 ଜଣ ଶିକ୍ଷକ। ତେଣୁ ଯଥା ଶୀଘ୍ର ବିଦ୍ୟାଳୟଗୁଡିକରେ ଶିକ୍ଷକ ନୁଯୁକ୍ତି ନେଇ ଦାବି କରିଛନ୍ତି ଅଞ୍ଚଳବାସୀ। ଏନେଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବ୍ଲକ ଶିକ୍ଷାଅଧିକାରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
In the former BJD regime, education has gone downhill | Argus News