Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଜେଡି ସରକାରରେ ମନଇଚ୍ଛା ରାଜକୋଷରୁ ଖର୍ଚ୍ଚ କରାଯାଉଥିଲା ଟଙ୍କା

Odisha

ବିଜେଡି ସରକାରରେ ମନଇଚ୍ଛା ରାଜକୋଷରୁ ଖର୍ଚ୍ଚ କରାଯାଉଥିଲା ଟଙ୍କା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଜେଡି ସରକାରରେ ମନଇଚ୍ଛା ରାଜକୋଷରୁ ଖର୍ଚ୍ଚ କରାଯାଉଥିଲା ଟଙ୍କା

ଅର୍ଗସ ବ୍ୟୁରୋ:  ବିଜେଡି ସରକାରରେ ଚାଲିଥିଲା ଅଫିସରଙ୍କ ମନମାନି। ମନଇଚ୍ଛା ରାଜକୋଷରୁ ଖର୍ଚ୍ଚ କରାଯାଉଥିଲା ଟଙ୍କା। ଅଫିସରଙ୍କ କାରନାମାର ହେବ ଟାସ୍କଫୋର୍ସ ତଦନ୍ତ। ଏମିତି ବଡ଼ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜଣେ ଅଧିକାରୀ ବୁଲି ବୁଲି ନିଜ ପକେଟରୁ ଦେଲା ଭଳି ଟଙ୍କା ବାଣ୍ଟୁଥିଲେ । ପର୍ଯ୍ୟଟନ ବିଭାଗରୁ ମଠ ମନ୍ଦିରକୁ ଟଙ୍କା ବଣ୍ଟାଯାଉଥିଲା । କିନ୍ତୁ କିଛି ଜାଣୁନଥିଲେ ପର୍ଯ୍ୟଟନ ବିଭାଗର ଅଧିକାରୀ। ତିନି ଚାରି ଜଣ ସଚିବ ନେଉଥିଲେ ସବୁ ନିଷ୍ପତ୍ତି । ଏହାର ତଦନ୍ତ ହେବାର ଆବଶ୍ୟକ ରହିଛି । ନିଶ୍ଚିତ ଭାବେ ବିଜେପି ସରକାର ଏ ସବୁର ତଦନ୍ତ କରିବେ। ଗତକାଲି ବିଧାନସଭାରେ ମହିଳା ଓ ଶିଶୁ ବିକାଶ ବିଭାଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ମିଶନ ଶକ୍ତି କଲ୍ ସେଣ୍ଟରରୁ ବିଜେଡିକୁ ଭୋଟ୍ ଦେବା ପାଇଁ ଯେଉଁ କଲ ଯାଉଥିଲା, ତାର ତଦନ୍ତ ହେବ। ମିଶନ ଶକ୍ତି ମହିଳାଙ୍କୁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ରଙ୍ଗର ଶାଢ଼ୀକୁ ପିନ୍ଧିବାକୁ କୁହାଯାଉଥିଲା, ତାର ତଦନ୍ତ ହେବ।

ନିମ୍ନମାନର  ଛତୁଆ ଯୋଗାଣ ନେଇ ଵି ତଦନ୍ତ କରିବ ଟାସ୍କ ଫୋର୍ସ। ପୂର୍ବତନ 5T ସଚିବ ପର୍ଯ୍ୟଟନ ବିଭାଗର ଟଙ୍କା  ବିନା କାଗଜପତ୍ରରେ ମନଇଚ୍ଛା ବାଣ୍ଟିଥିଲେ। ମଙ୍ଗଳା ମନ୍ଦିରର କାମ OBCC କରୁଛି। OBCC କହୁଛି ପର୍ଯ୍ୟଟନ ବିଭାଗର କାମ । କିନ୍ତୁ ପର୍ଯ୍ୟଟନ ବିଭାଗର କାଗଜପତ୍ରରେ ଏ ନେଇ କୌଣସି ଉଲ୍ଲେଖ ନାହିଁ। ଏ ସବୁର ତଦନ୍ତ ପାଇଁ ଟାସ୍କଫୋର୍ସ ବସିବ। ଉପମୁଖ୍ୟମନ୍ତ୍ରୀଙ୍କର ଏ ବୟାନ ପରେ ଜୋର ଧରିଛି ଚର୍ଚ୍ଚା ମିଶନ ଶକ୍ତି ମହିଳାଙ୍କୁ ସବୁଜ ଶାଢ଼ୀ ପିନ୍ଧିବାକୁ କିଏ ନିର୍ଦ୍ଦେଶ ଦେଇଥିଲା। ମିଶନ ଶକ୍ତି କଲ୍ ସେଣ୍ଟରରୁ କିଏ ଶଙ୍ଖ ଚିହ୍ନରେ ଭୋଟ୍ ମାଗିବାକୁ କହିଥିଲେ ? ଅଙ୍ଗନବାଡ଼ି ଛତୁଆ ଦୁର୍ନୀତି ପଛରେ କିଏ ସେ ବଡ଼ ମାଛ ? ପାଣ୍ଡିଆନ ପର୍ଯ୍ୟଟନ ବିଭାଗରୁ ମଠ ମନ୍ଦିରକୁ ଟଙ୍କା ବାଣ୍ଟିବାର ଟ୍ୟାକ୍ସ ଫୋର୍ସ ତଦନ୍ତ ହେବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In the government of BJD, money was being spent randomly from the exchequer | Argus News