ଶ୍ରୀମନ୍ଦିର ପରିସରକୁ ୟୁଟ୍ୟୁବ ଇନଫ୍ଲୁଏନସର କ୍ୟାମେରା ନେବା ଘଟଣାରେ ବର୍ଷିଲେ ଲେଖାଶ୍ରୀ

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ପରିସରକୁ ଜଣେ ୟୁଟ୍ୟୁବ ଇନଫ୍ଲୁଏନସର କ୍ୟାମେରା ନେବା ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର। ସୋସିଆଲ୍ ମିଡିଆ ଏକ୍ସରେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ। କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ କ୍ୟାମେରା କଥା କହିଲେ, ମାତ୍ର ଗୋମାଂସ ବିବାଦ ବିଷୟରେ କାହିଁକି କିଛି କହିଲେନାହିଁ ? ମନ୍ଦିର ଭିତରେ ମହାପ୍ରସାଦ ଖାଇବା ବିଷୟରେ କାହିଁକି ସ୍ପଷ୍ଟୀକରଣ ଦେଲେନାହିଁ ? ଭୋର୍ ୪ଟା ବେଳେ ମନ୍ଦିର ଭିତରେ କି କାରସାଦି ଚାଲିଥିଲା ସେ ବିଷୟରେ ମନ୍ତବ୍ୟ ଦେଲେ ନାହିଁ କାହିଁକି ?
ମନ୍ଦିର ପ୍ରଶାସନ ଓ ନବୀନ ପ୍ରଶାସନ " ନରେ ବା ଗୁଞ୍ଜରେ" ନକହି ସତ କହନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ । ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଇଥିଲା ଯେ ଶ୍ରୀମନ୍ଦିର ପରିସରକୁ ଜଣେ ୟୁଟ୍ୟୁବ ଇନଫ୍ଲୁଏନସର କ୍ୟାମେରା ନେବା ନେଇ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଯେଉଁ ଅଭିଯୋଗ ଆଣିଛନ୍ତି,ତାହା ସଂପୂର୍ଣ୍ଣ ଭିତ୍ତିହୀନ। ଏଥିରେ କୈାଣସି ସତ୍ୟତା ନାହିଁ। ଯଦି କାହା ପାଖରେ କିଛି ପ୍ରମାଣ ରହିଛି,ସେମାନେ ଯଦି ତାକୁ ଉପସ୍ଥାପନ କରିବେ ତେବେ ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨