Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୁଷ୍କର୍ମ, ବ୍ୟଭିଚାର ଯେଉଁଠି ବିଜେଡି ସେଇଠି: ଲେଖାଶ୍ରୀ

Odisha

ଦୁଷ୍କର୍ମ, ବ୍ୟଭିଚାର ଯେଉଁଠି ବିଜେଡି ସେଇଠି: ଲେଖାଶ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୁଷ୍କର୍ମ, ବ୍ୟଭିଚାର ଯେଉଁଠି ବିଜେଡି ସେଇଠି: ଲେଖାଶ୍ରୀ

ଅର୍ଗସ ବ୍ୟୁରୋ:  ଦୁଷ୍କର୍ମ, ବ୍ୟଭିଚାର ଯେଉଁଠି ବିଜେଡି ସେଇଠି କହି ବର୍ଷିଛି ବିଜେପି । କେନ୍ଦ୍ରାପଡ଼ା ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ପୁଣି ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ଲେଖାଶ୍ରୀ । ଘଟଣା ପଛରେ ବିଜେଡିର ବଡ଼ ନେତା ସାମିଲ୍ ଥିବା ସେ ଅଭିଯୋଗ ଆଣିଛନ୍ତି । କଟକର ଯେଉଁ ହୋଟେଲ୍‌ରେ ଘଟଣା ଘଟିଲା, ତାହା ସିଲ୍ ହୋଇନି । `ଓଡ଼ିଶାରେ ଦୁଷ୍କର୍ମ, ବ୍ୟଭିଚାର, ଭ୍ରଷ୍ଟାଚାର ଯେଉଁଠି ବିଜେଡି ସେଇଠି । ସେହିପରି ମାହାଙ୍ଗା ମର୍ଡର୍ ହତ୍ୟା ମାମଲାରେ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥାଇ ବି ଆକ୍ସନ ନାହିଁ ।

ଶାସକ ଦଳର ବଡ଼ପଣ୍ଡାଙ୍କୁ କାହିଁକି ସୁରକ୍ଷା ମିଳୁଛି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ବିଜେଡି ମନ୍ତ୍ରୀ, ବିଧାୟକଙ୍କ ପୃଷ୍ଠପୋଷକତାରେ ପାଞ୍ଚ ପାଞ୍ଚଟି ମର୍ଡର ହେଲା । ହତ୍ୟାରେ ସମ୍ପୃକ୍ତ ବିଧାୟକମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ଵ ଦିଆଯାଉଛି, ଲଜ୍ଜାର କଥା । ହତ୍ୟାକାରୀ, ଦୁଷ୍କର୍ମକାରୀ କାମରେ ଆସୁଛନ୍ତି ବୋଲି ବିଜେଡି ସୁରକ୍ଷା ଦେଉଛି । ବିଜେଡି ହତ୍ୟାକାରୀ, ବ୍ୟଭିଚାରୀଙ୍କ ସହ ଅଛି ବୋଲି ପ୍ରମାଣିତ କରୁଛି । ଅପରାଧୀଙ୍କୁ ହଟେଇବନି, କୋଳରେ ବସେଇବ ବୋଲି ବିଜେଡି ଧରିନେଇଛି କହି ବର୍ଷିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In the Kendrapara girl student rape case, the police again raised questions about the investigation | Argus News