Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗତ ୧୫ଦିନ ଭିତରେ କୋଭିଡ ସଂଖ୍ୟା ସାରା ଦେଶରେ ଉପରମୁହାଁ

Odisha

ଗତ ୧୫ଦିନ ଭିତରେ କୋଭିଡ ସଂଖ୍ୟା ସାରା ଦେଶରେ ଉପରମୁହାଁ

Ritu Das
Browse all articles by Ritu Das
·2 years ago·1 min read
ଗତ ୧୫ଦିନ ଭିତରେ କୋଭିଡ ସଂଖ୍ୟା ସାରା ଦେଶରେ ଉପରମୁହାଁ

ଅର୍ଗସ ବ୍ୟୁରୋ: ଗତ ୧୫ ଦିନ ଭିତରେ କୋଭିଡ ସଂଖ୍ୟା ସାରା ଦେଶରେ ଉପରମୁହାଁ ହୋଇଛି । ୫ ଟି ରାଜ୍ୟରୁ ୯୮% ରୋଗୀ ଅଧିକ ରହିଛି । ୮୮ ପ୍ରତିଶତ କେବଳ କେରଳରୁ । ନୂଆ ଭାରିଏଣ୍ଟ JN.1 ଯଦିଓ ବ୍ୟାପିଛି କିନ୍ତୁ ସାଙ୍ଘାତିକ ହେଉନାହିଁ । ସାଧାରଣ ଇନଫ୍ଲୁଏଞ୍ଜା ଭଲି ଥଣ୍ଡା, କାଶ, ଜ୍ଵର ରହୁଛି । କିନ୍ତୁ ରାଜ୍ୟରେ ଗତ ଡିସେମ୍ବର ୩ ତାରିଖ ଠାରୁ କୋଭିଡର ଗୋଟିଏ ହେଲେ କେସ ଆସିନାହିଁ । ଅର୍ଥାତ୍ ରାଜ୍ୟରେ କୋଭିଡ୍ ସଂଖ୍ୟା ଶୂନ। 

ତଥାପି କେନ୍ଦ୍ରରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟ ରହିବା ପାଇଁ କୁହାଯାଇଛି । କେସ ବଢିବାର ସମ୍ଭାବନା ରହିଛି । ଏଣୁ ଜିଲ୍ଲା ଚିକିତ୍ସାଳୟମାନଙ୍କୁ କୁହାଯାଇଛି, ସର୍ଭେଲାନ୍ସ ବଢାଇବେ, କୋଭିଡ ଟେଷ୍ଟ ବଢେଇବେ, ଫିଭର୍ କ୍ଲିନିକ୍ ଚଳାଇବେ । କୋଭିଡ୍ କେସ ଯଦି ବଢେ ତା ପାଇଁ ସମସ୍ତ ପ୍ରକାଶ ପ୍ରସ୍ତୁତି ଏବେ ଠାରୁ କରି ରଖିବେ । ଔଷଧ, ଲଜିଷ୍ଟିକ, ଟେଷ୍ଟ କିଟ୍, ବେଡ୍, ଅକ୍ସିଜେନ୍ , ଇକୋ ସିଷ୍ଟମ ସହ ଯାହା ଆବଶ୍ୟକ ଜିନିଷ ରଖିବେ । ଏହା ସହିତ ପ୍ରତି ୩ ମାସରେ ଥରେ ମକ ଡ୍ରିଲ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଲୋକଙ୍କୁ ସଚେତନ କରିବା ପାଇଁ କୁହାଯାଇଛି । କିନ୍ତୁ ଭୟ ବା ଆତଙ୍କିତ ହେବାର ଆବଶ୍ୟକତା ନାହିଁ । ଲୋକଙ୍କୁ ନିବେଦନ ରହିବ କୋଭିଡ ନିୟମ ଅନୁପାଳନ କରିବାକୁ । ଥଣ୍ଡା, କାଶ, ଜ୍ଵର ହେଲେ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ । ବୟସ୍କ ଓ କୋମର୍ବିଡ ମାନେ ମାସ୍କ ବ୍ୟବହାର କରନ୍ତୁ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
In the last 15 days | Argus News